ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍‌, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଧଳାଜହର କାରବାର । ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରାଉନସୁଗାର ରାଜ୍ୟ ବାହାରୁ ଭିତରକୁ ଚାଲାଣ କରାଯାଉଛି । ଯାହା ରାଜ୍ୟ ପୋଲିସ୍ ଦ୍ୱାରା ଜାରି ଅପରେସନ୍ ହ୍ୱାଇଟ୍ ସ୍ପାଇଡରକୁ ଖୋଲା ଚ୍ୟାଲେଞ୍ଜ ଦେଉଛି । ଆଜି ସମାନ ଭାବରେ ଖୋର୍ଦ୍ଧା

ରାଜଧାନୀରେ ବନ୍ଧାହେଲେ ନକଲି ଡାକ୍ତର, ଅଛନ୍ତି ୧୪ ଜଣ ସ୍ତ୍ରୀ

ଭୁବନେଶ୍ୱର : ନକଲି ଡାକ୍ତର ସେଥିରେ ପୁଣି ଠାକାମୀ । ଏମିତି ଡାକ୍ତରଙ୍କୁ ବିଳମ୍ବରେ ହେଲେ ବି ପୁଲିସ୍‌ ଗିରଫ କରିଛି । ନକଲି ଡାକ୍ତରଙ୍କ ନାମ ରମେଶ ଚନ୍ଦ୍ର ସ୍ୱାଇଁ । ତାଙ୍କର ରହିଛନ୍ତି ୧୪ ଜଣ ସ୍ତ୍ରୀ । ସେ ଦିଲ୍ଲୀରେ ଜଣେ ଶିକ୍ଷୟତ୍ରୀଙ୍କୁ ୨୦୧୮ ମସିହାରେ ଡାକ୍ତର ପରିଚୟ ଦେଇ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧ ଜିଲ୍ଲାକୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ସୋମବାର ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ମଙ୍ଗଳବାର ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ରୁ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଭୋଟରମାନେ କିପରି ଭୋଟ୍

ଋଷ ସହ ଜରୁରୀ ବୈଠକ ଦାବି କଲା ୟୁକ୍ରେନ, ନିବେଦନକୁ ପ୍ରତ୍ୟାଖାନ କଲା ମୋସ୍କୋ

ନୂଆଦିଲ୍ଲୀ,୧୪/୦୨: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି । ତିନି ପଟୁ ୟୁକ୍ରେନକୁ ଘେରିସାରିଛି ଋଷ ସେନା । ଆମେରିକା, ନାଟୋ ଏବଂ ମିତ୍ରରାଷ୍ଟ୍ରଙ୍କ ଠାରୁ ସହାୟତା ଆଶାରେ ରହିଛି ୟୁକ୍ରେନ । ସୀମାରେ ବଢୁଥିବା ଯୁଦ୍ଧ ସ୍ଥିତି ଭିତରେ କିଭ୍, ଋଷ ଏବଂ ଏକ ଡର୍ଜନରୁ ଅଧିକ ୟୁରୋପୀୟ ଦେଶ ଗୁଡିକ

ହାଇକୋର୍ଟରେ ନବନିଯୁକ୍ତ ୩ ବିଚାରପତିଙ୍କ ଶପଥଗ୍ରହଣ

କଟକ: ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣ ।

ଏପ୍ରିଲ ୧ରୁ ଏୟାର ଇଣ୍ଡିଆର ଦାୟିତ୍ଵ ସମ୍ଭାଳିବେ ଇଲକର ଆୟସି

ନୂଆଦିଲ୍ଲୀ ୧୪।୦୨: ଏୟାର ଇଣ୍ଡିଆ ଟାଟା ସନ୍ସର ହେବା ପରେ ଏହି ଏୟାର ଲାଇନର ନବକଳେବର ହେବାକୁ ଯାଉଛି। ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ ଇଲକର ଆୟସିଙ୍କୁ ଟାଟା ସନ୍ସ ଏୟାର ଇଣ୍ଡିଆର ନୂତନ ଏମଡି ଏବଂ ସିଇଓ ଭାବେ ନିଯୁକ୍ତ କରିଛି। କମ୍ପାନୀ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକରେ

ବାଲାଟରେ ଏକାଧିକ ମୋହର ବାଜିଥିଲେ କ’ଣ ହେବ, ସେନେଇ ସ୍ପଷ୍ଟୀକରଣ

ଭୁବନେଶ୍ୱର: ବୈଧ ଭୋଟ ସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ଚିଠି କରିଛନ୍ତି । କେଉଁଭଳି ସ୍ଥିତିରେ ଭୋଟ ବୈଧ ଘୋଷଣା ହେବ, ସେନେଇ ସ୍ପଷ୍ଟୀକରଣ କରିଛନ୍ତି । ପ୍ରତିଦ୍ୱନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ଅବୈଧ ଘୋଷଣା ହେବ । ପ୍ରତିଦ୍ୱନ୍ଦିତା

ଭୋଟ ଗଣତି ଅଧିକାରୀଙ୍କୁ ତାଲିମ ପ୍ରଦାନ

ଦାରିଙ୍ଗବାଡ଼ି, ୧୪/୦୨ : ତ୍ରିସ୍ତରୀୟ ନିର୍ବାଚନରେ ଦାରିଙ୍ଗବାଡ଼ି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ପଦବୀର ଭୋଟ ଗଣତି କରିବାନେଇ ଅଧିକାରୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ୨୫ଟି ଦଳ ଗଠନ କରାଯାଇ ପ୍ରତି ଦଳରେ ଜଣେ ସୁପରଭାଇଜର

ଓଡ଼ିଶାରେ ଆଉ ୮୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୮୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୫୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍

୧୨୭ ଜଣ ଛାତ୍ର ଛାତ୍ରୀ ନେଲେ କୋଭିଡ଼ ଟିକା

ହିଞ୍ଜିଳିକାଟୁ (୧୪/୨) : କରୋନା ମହାମାରୀ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ର଼ଖି ରାଜ୍ୟ ସରକାର ୨୦ ମାସ ଧରି ସମସ୍ତ ବିଦ୍ୟାଳୟ ବନ୍ଦ କରିଥିଲେ ।କରୋନା ସାମାନ୍ୟ ହ୍ରାସ ପରେ ପ୍ରଥମେ ଦଶମ ପରେ ଷଷ୍ଠ ଶ୍ରେଣୀ ଠାରୁ ଓ ବର୍ତମାନ ସମସ୍ତ ସ୍କୁଲ ଖୋଲିବା ନେଇ