୧୨୭ ଜଣ ଛାତ୍ର ଛାତ୍ରୀ ନେଲେ କୋଭିଡ଼ ଟିକା


ହିଞ୍ଜିଳିକାଟୁ (୧୪/୨) : କରୋନା ମହାମାରୀ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ର଼ଖି ରାଜ୍ୟ ସରକାର ୨୦ ମାସ ଧରି ସମସ୍ତ ବିଦ୍ୟାଳୟ ବନ୍ଦ କରିଥିଲେ ।କରୋନା ସାମାନ୍ୟ ହ୍ରାସ ପରେ ପ୍ରଥମେ ଦଶମ ପରେ ଷଷ୍ଠ ଶ୍ରେଣୀ ଠାରୁ ଓ ବର୍ତମାନ ସମସ୍ତ ସ୍କୁଲ ଖୋଲିବା ନେଇ ବିଙ୍ଗ୍ୟପ୍ତି ପ୍ରକାଶ ପରେ ୧୪ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟିକାକରଣ ନେଇ ସରକାର ନିଷ୍ପତି ନେଇଛନ୍ତି ।

ଏହି ପ୍ରରିପ୍ରେକ୍ଷିରେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନ ଶୀକ୍ଷୟତ୍ରାୀ ଶାନ୍ତିଲତା ମୁନୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓ ଦିତୀୟ ଡ଼ୋଜ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସୋମବାର ଦିନ ନବମ ଓ ଦଶମ ଶ୍ରେଣୀର ମୋଟ ୧୨୭ ଜଣ ଛାତ୍ର ଛାତ୍ରାୀ ପ୍ରଥମ ଓ ଦିତୀୟ ଡ଼ୋଜ ଟିକା ନେଇଛନ୍ତି । ପୁର୍ବରୁ ନେଇଥିବା ୭୧ ଜଣ ବିଦ୍ୟାର୍ଥିୀ ସୋମବାର ଦିନ ଦିତୀୟ ଡ଼ୋଜ ନେଇଥିବା ବେଳେ୫୬ ଜଣ ବିଦ୍ୟାର୍ଥିୀ ପ୍ରଥମ ଡ଼ୋଜ ଟିକା ନେଇଛନ୍ତି । ଟିକାକରଣ କାର୍ଯ୍ୟକ୍ରମରେ ବିଦ୍ୟାଳୟ କିରାଣୀ ମଧୁସୁଦନ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ ସ୍ୟାସ୍ଥ୍ୟ ବିଭାଗର କର୍ମକର୍ତା ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.