ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍‌ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍‌ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ ଫେକ୍‌ ପରିଚୟପତ୍ର ଜବତ କରାଯାଇଛି । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ କାରବାର କରୁଥିବା ବେଳେ ମାଡ଼ି ବସିଲା ଏସଟିଏଫ୍‌ ।

ଦୁଇ ଗିରଫ ଅଭିଯୁକ୍ତ ହେଲେ କପିଳ ଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ସେମାନଙ୍କ ପାଖରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ଜଣେ ପୋଲିସ ଓ ଆଉ ଜଣେ ଏମସ ଡାକ୍ତରର ନକଲି ପରିଚୟପତ୍ର ତିଆରି କରିଥିଲେ ।

nis-ad
Leave A Reply

Your email address will not be published.