ଡାକ୍ତର ବୀରେନ ନାୟକ ଙ୍କ ୫୯ ବର୍ଷ ବୟସ ରେ ହାଇଦ୍ରାବାଦ ଠାରେ ଅକାଳ ବିୟୋଗ : ସମଗ୍ର ଦକ୍ଷିଣ ଓଡିଶା ରେ ଶୋକର ଛାୟା…

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲା ର ଲୋକ ପ୍ରିୟ ଡାକ୍ତର ବୀରେନ ନାୟକ ଙ୍କ ୫୯ ବର୍ଷ ବୟସ ରେ ହାଇଦ୍ରାବାଦ ଠାରେ ଅକାଳ ବିୟୋଗ ଘଟିଛି। ସେ ଅନେକ ଦିନ ହେଲା କର୍କଟ ରୋଗରେ ପୀଡିତ ଥିଲେ ସେ ହାଇଦ୍ରାବାଦ ର NIMS ରେ ଚିକିତ୍ସା ହେଉ ଥିଲେ ଯାହାକି ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟି ଥିଲା, ଡାକ୍ତର ନାୟକ ଙ୍କ ଜନ୍ମ ସ୍ଥାନ ବ୍ରହ୍ମପୁର ସହର ନିକଟସ୍ତ  ଆଙ୍କୋଲି ଗ୍ରାମରେ। ପିଲାବେଳୁ ସେ  ଖୁବ୍ ମେଧାବି ଛାତ୍ର ଭାବେ ପରିଚିତ ଥିଲେ। ସେ ନିଜର ମାଧ୍ୟମିକ ଶିକ୍ଷ୍ୟା ମେଡିକାଲ କେମ୍ପସ ହାଇସ୍କୁଲ ରେ ସମାପ୍ତ କରି ଖଲିକୋଟ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଶ୍ରେଣୀ ରେ ସଫଳତା ହାସଲ କରି ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ରୁ ଡାକ୍ତରୀ ଶିକ୍ଷ୍ୟା ଲାଭ କରି ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶା ର ବିଭିନ୍ନ ମେଡିକାଲ ରେ ଡାକ୍ତର ଭାବରେ ଖୁବ୍ ଖ୍ୟାତି ଅର୍ଜ୍ଜନ କରିଥିଲେ। ସେ ଗରିବ ନିଃସହାୟ ର ବନ୍ଧୁ ଡାକ୍ତର ଭାବେ ପରିଚିତ ଥିଲେ। ସେ ସର୍ଜରୀ ଡାକ୍ତର ଭାବେ ସୁନାମ ଅର୍ଜ୍ଜନ କରିଥିଲେ। ସେ ରାୟଗଡ଼ା ଠାରେ ଏଡିମ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ  ଝିଅ ଅଛନ୍ତି। ତାଙ୍କର ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କର ସ୍ତ୍ରୀ ମିନର୍ଭା ନାୟକ ଉପସ୍ଥିତ ଥିଲେ।ସେ ବହୁତ ଶାନ୍ତ, ଭଦ୍ର ଓ ମେଳାପୀ ବ୍ୟକ୍ତିତ୍ୱ ଥିଲେ,

ତାଙ୍କର ମୃତ୍ୟୁ ରେ ବ୍ରହ୍ମପୁର ସହର ତଥା ସାରା ଦକ୍ଷିଣ ଓଡ଼ିଶା ରେ ଶୋକ ର ଛାୟା ଖେଳି ଯାଇଛି। ଏଠାରେ ସୂଚନା ଥାଉକି ଡାକ୍ତର ବିରେନ ନାୟକ ଙ୍କ ପୁରୁଷୋତ୍ତମପୁର ମେଡିକାଲ ପ୍ରତି ବହୁତ ଦୁର୍ବଳତା ରହିଥିଲା ପୁରୁଷୋତ୍ତମପୁର, କୋଦଳା, ଖଲ୍ଲିକୋଟ, କବିସୂର୍ଯ୍ୟନଗର ଆଦି ଅଞ୍ଚଳ ର ଲୋକଙ୍କୁ ନିଜ ପରିବାର ପରି ଆଦର ଓ ସ୍ନହ କରି ଆସୁଥିଲେ ତାଙ୍କ ଅକାଳ ବିୟୋଗ ଶୁଣି ଅଞ୍ଚଳ ବାସୀ ଦୁଃଖ ରେ ମ୍ରିୟମାଣ ହୋଇ ଯାଇଛନ୍ତି l ସେ ଗରିବ ଲୋକଙ୍କୁ ଅନେକ ସାହାଯ୍ୟ କରି ଆସୁଥିଲେ ଯାହାକି ଆଜି ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସାର ଦକ୍ଷିଣ ଓଡିଶା ସ୍ତବ୍ଧ ହୋଇ ଯାଇଛି l  ସେ ବ୍ରହ୍ମପୁର ସହର ଖୋଡାସିଂ, ବାସୁଦେବ ନଗର ବାସଭବନ ରେ ରହୁଥିଲେ। ତାଙ୍କର ମୃତ୍ୟୁ ରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ସଭାପତି ଶ୍ରୀ ସତ୍ୟ ନାରାୟନ ମିଶ୍ର    ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ  ,   ଡାକ୍ତର ଭବାନୀ ଶଙ୍କର ଆଚାର୍ଯ୍ୟ, ଶ୍ରୀ ନାଥୁରାମ ସାହାଣୀ, ଉମାକାନ୍ତ ଚୌଧୁରୀ, ଅଖିଳ ନାଥ ସାବତ,ବିଘ୍ନରାଜ ପଣ୍ଡା, ପ୍ରଦୀପ କୁମାର ସାହୁ, ରମାକାନ୍ତ ମିଶ୍ର, ଡି, ଶ୍ରୀ ରାମୁଲୁ, ପ୍ରଦୀପ କୁମାର ଦାସ, ଲକ୍ଷ୍ମୀକାନ୍ତ ମିଶ୍ର, ସୁଶାନ୍ତ କୁମାର ପଣ୍ଡା, ରବୀନ୍ଦ୍ର କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ବିଶ୍ଵନାଥ ଜେନା, ସୁଧାଂଶୁ ଶେଖର ଗନ୍ତାୟତ, ରମେଶ ଚନ୍ଦ୍ର ପାତ୍ର, ଜୟ ଜଗଦୀଶ ପାଢ଼ୀ, ବାଳକୃଷ୍ଣ ଦାସ, ଦେବରାଜ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.