କାହା ଛତ୍ରଛାୟା ତଳେ ପ୍ରଭାବଶାଳୀ ବ୍ରହ୍ମପୁର ଆଇଟିଆଇ ଅଧ୍ଯକ୍ଷ ..? କୋଳି ଖାଇ ମଞ୍ଜି ପୋତିଛନ୍ତି କି ବାବୁ …??

ବିଜେପି ଶରଣରେ ପଶିବାକୁ ବିଛାଇଲେଣି ଜାଲ..!!

ବ୍ରହ୍ମପୁର : ଡ଼ଃ. ରଜତ କୁମାର ପାଣିଗ୍ରାହୀ ଗତ 2007 ମସିହାରେ ବ୍ରହ୍ମପୁର ସରକାରୀ ଆଇଟିଆଇର ଅଧ୍ଯକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ତେବେ 2007 ମସିହାରୁ 2024 ମସିହା ମଧ୍ୟରେ ତାଙ୍କର ବହୁଥର ବଦଳି ନୋଟିସ ବାହାରି ଥିଲେ ମଧ୍ୟ ତାଙ୍କର ବଦଳି ହୋଇ ପାରିନାହିଁ ଏହାର କାରଣ ଅନେକ ରହିଛି ।ପୂର୍ବରୁ ବିଜେଡି ର ପ୍ରଭାବଶାଳୀ ନେତା ଓ ବ୍ୟକ୍ତି ବିଶେଷ ଙ୍କୁ ଖୁସି ଓ ରଙ୍ଗୀନ କରି ନିଜ ବଦଳି ରୋକି ବାରେ ସେ ମାହୀର ଥିବା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ବିଜେପି ନେତାଙ୍କ ସରଣାଗତ ହେବା ଚର୍ଚ୍ଚା ହେଉଛି।ଡ଼ଃ. ରଜତ କୁମାର ପାଣିଗ୍ରାହୀ ଙ୍କୁ କାହିଁକି ଏତେ ମୋହ ଲାଗିଛି ବ୍ରହ୍ମପୁର ସରକାରୀ ଆଇଟିଆଇ ଅଧ୍ଯକ୍ଷ ଚୌକି ମାଡି ବସିବା ପାଇଁ।ଏହା ପଛରେ ରହସ୍ୟ କଣ?? I ଦୁଇ ଦୁଇ ଥର ଓଡିଶା ଦୁର୍ନୀତି ନିବାରଣ ବିଭାଗ ହାତ ମାରି ଥିଲା ଯେତେବେଳେ ସେ ଗଞ୍ଜାମ ଜିଲ୍ଲାର ବାହାରେ ଅନ୍ୟ କଲେଜ ରେ ଥିଲେ କିନ୍ତୁ ବାବୁ ଙ୍କୁ ନେଇ ଆଣି ଥୋଇବା ବିଦ୍ୟା ଟି ଠିକ ଜଣାଅଛି ଯାହାଜି ପୂର୍ବରୁ ପ୍ରମାଣିତ ହୋଇ ସାରିଛି ସୂଚନା ଥାଉକି ଜିଲ୍ଲା ରୁ ରାଜ୍ୟ ଯାଏ ବାବୁଙ୍କ ପତିଆରା ପ୍ରବଳ ବିଭାଗୀୟ ଅଧିକାରୀ ଙ୍କୁ ସବୁ ଦିଗରେ ଭେଟି ଦେବା ବି ନଜିର ରହିଛି l ଗଞ୍ଜାମ ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ଙ୍କ ନିକଟରେ ପ୍ରବଳ ଫାଇଲ ଯାହାକି ନାଲି ଫିତା ତଳେ ଦବି ରହିଛି l ଅନେକ ବଡ଼ ବଡ଼ ଅଫିସର, ନେତା ବାବୁଙ୍କ ପକେଟ ରେ ଏବଂ ଏମାନଙ୍କ ଭୟ ବି ରହିଛି କାଳେ ବାବୁ ଭିତରିଆ ରଙ୍ଗୀନ ଦୁନିଆ କଥା ପ୍ରକଟ କରିଦେବେ l ଯାହାକି କଣ ରଜତ ପାଣିଗ୍ରାହୀଙ୍କ କିଛି ମନ୍ଦ ଉଦେଶ୍ୟର କୁ ପରିପ୍ରକାଶ କରୁନି ତ ବର୍ତ୍ତମାନର ପରିସ୍ଥିତି।ପୂର୍ବରୁ ବିଜେଡି ଏବେ ବିଜେପି ନେତାଙ୍କୁ ଧରି କଣ ପାଇଁ ନିଜ ବଦଳି ଆଦେଶ ବାତିଲ କରିବା ପାଇଁ କରୁଛନ୍ତି ଚେଷ୍ଟା।ଦୁଇ ଦିନ ଧରି ଭୁବନେଶ୍ୱର କାହା ଶରଣାପନ୍ନ ଡ଼ଃ. ରଜତ କୁମାର ପାଣିଗ୍ରାହୀ..? ଯଦି ସେ ଜଣେ ଭଲ ଅଧ୍ଯକ୍ଷ ତେବେ ଅନ୍ୟତ୍ର ବଦଳି କୁ ନେଇ କୁଣ୍ଠାବୋଧ କଣ ପାଇଁ ଯିବାକୁ? କଣ ରହିଛି ରହସ୍ୟ??ସେ ଯଦି ବ୍ରହ୍ମପୁର ଆଇଟିଆଇ ପାଇଁ ଏତେ ସୁନାମ ଅର୍ଜନ କରିଛନ୍ତି ଏବଂ ଅନେକ ମର୍ଯ୍ୟାଦା ବି ପାଇଛନ୍ତି ତେବେ ଅନ୍ୟତ୍ର ବଦଳି ହୋଇ ଅନ୍ୟ ଆଇଟିଆଇ ରେ ନିଜ ଦକ୍ଷତା ପ୍ରତିପାଦନ କରୁ ନାହାଁନ୍ତି କଣ ପାଇଁ??2007 ମସିହାରୁ କାହିଁକି ମାଡି ବସିଛନ୍ତି ଚୌକି?? କେତେ ଥର ତାଙ୍କର ବଦଳି ରିପୋର୍ଟ ବାହାରିଛି କାହା ଚାପରେ ତାହା ବନ୍ଦ ହୋଇଛି ତାହାବି ତଦନ୍ତ ସାପେକ୍ଷ। ଗୋଦି ମିଡ଼ିଆର କିଛି ବଡ଼ ପଣ୍ଡାଙ୍କୁ ହାତକରି ନିଜର ଗାରିମା କୁ ବାହା ବାହା କରୁଥିବା ସ୍ଥଳେ କିଛି କର୍ମଚାରୀ ଙ୍କୁ ଡରେଇ କଣ ପାଇଁ ଚଳାଇଛନ୍ତି ହିଟଲର ଶାସନ? ଏହା କଣ ତଦନ୍ତ ପରିସର ଭୁକ୍ତ ନୁହଁ କି..? ଅନେକ କର୍ମଚାରୀ ଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ଦେବା ବି ଅଭିଯୋଗ ରହିଛି, ବାହାର ଜିଲ୍ଲାର ପିଲାମାନଙ୍କୁ ଆଣି ବ୍ରହ୍ମପୁର ଆଇ ଟି ଆଇ ରେ ଆଡକ ଭାବରେ ଥଇଥାନ କରିଥବା ଅଭିଯୋଗ ହୋଇଛି କିନ୍ତୁ ଫଳ ଶୂନ..! ବାବୁଙ୍କ ସମ୍ପତି କୁବେର ଠୁ ବି କିଛି କମ ନାହିଁ କେବଳ ଗଞ୍ଜାମ ଜିଲ୍ଲା ନୁହଁ ପଡୋଶୀ ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ରାଜ୍ୟର ଅନେକ ଜିଲ୍ଲାରେ ବାବୁଙ୍କ ସମ୍ପତି ରହିଛି ତାହା ତଦନ୍ତ ପରିସର କୁ ଆଣିଲେ ଆଖି ଖୋସି ହୋଇ ଯିବ l ଏବେ ଏକ ସଂଘିନ ଅଭିଯୋଗ ଶୁଣିବାକୁ ମିଳୁଛି ସାରାରାଜ୍ୟର ଅତିଥି ଅଧ୍ୟାପକ ଙ୍କୁ ନିୟମିତ କରିବା ପାଇଁ କଣ କିଛି ବିଜେଡି ନେତାଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି।ବିଜେଡି ସରକାର ଚାଲିଯିବା ପରେ ବ୍ରହ୍ମପୁର ସରକାରୀ ଅତିଥି ଅଧ୍ୟାପକ ମଧ୍ୟରେ ଭଲେଣି ପଡ଼ିଲାଣି।ତେବେ କାହାର ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ସାରା ରାଜ୍ୟର ଅତିଥି ଅଧ୍ୟାପକ ଙ୍କ ଠାରୁ ଆଦାୟ ହୋଇଛି ଟଙ୍କା ତାହା ମଧ୍ୟ ତଦନ୍ତ ସାପେକ୍ଷ। ବାବୁ ଆଇ ଟି ଆଇ ବ୍ରହ୍ମପୁର ର ରୂପ ବଦଳାଇ କୋଟି କୋଟି ଟଙ୍କା ହଡପ କରିଥିବା ବି ଅଭିଯୋଗ ଆସୁଛି lଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଏହାର ତଦନ୍ତ କରିବା ସହିତ ନିରୀହ ଅତିଥି ଅଧ୍ୟାପକ ଙ୍କୁ ନ୍ୟାୟ ଦେବେ ନା ପୁଣିଥରେ ଡ଼ଃ. ରଜତ କୁମାର ପାଣିଗ୍ରାହୀ ଙ୍କୁ ବ୍ରହ୍ମପୁର ସରକାରୀ ଆଇଟିଆଇ ରେ ଅବସ୍ଥାପିତ କରିବେ ତାହା ଦେଖିବା ବାକି ରହିଛି। ବୋଧେ ବାବୁ ଏହି ବ୍ରହ୍ମପୁର ଆଇ ଟି ଆଇ ରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.