ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜୈବିକା ନାବାଳିକାଙ୍କୁ ଅପହରଣ କରି ନେବା ଓ ବିବାହର ପ୍ରଲୋଭନ ଦେଖାଇ ବଳପୂର୍ବକ ଦୁର୍ଷ୍କମ କରିବା ଅଭି ଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀଙ୍କୁ ସାଢେ ୪ ମାସ ପରେ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମର କୃଷ୍ଣ ସ୍ବାଇଁ (୨୩) । ସୋମବାର ଭୋରରୁ ଉଭୟ ଅପହୃତା ଓ ଅପହରଣକାରୀଙ୍କୁ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ହିଞ୍ଜିଳି ପୁଲିସ ଗିରଫ କରିଛି। ଉଭୟଙ୍କ ଡାକ୍ତରୀମାଇନା ପରେ ଅପହରଣକାରୀ ଯୁବକଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଜୁଲାଇ ୨ ତାରିଖ ଦିନ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ନାବାଳିକା ଫେରାର ହୋଇଯାଇଥିବା ନେଇ ନାବାଳିକାଙ୍କ ବାପା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୫୯୩/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ପରବର୍ତ୍ତୀ ସମୟରେ ଅଲାରିଗଡ ଗ୍ରାମର କୃଷ୍ଣ ସ୍ବାଇଁ ସଂପୃକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ନେଇ ଖବର ପାଇ ନାବାଳିକାଙ୍କ ବାପା ହିଞ୍ଜିଳି ଥାନାରେ ଜଣାଇଥିଲେ। ଯୁବକ ଜଣଙ୍କ ନାବାଳିକାଙ୍କୁ ଅପହରଣ ପରେ ଆନ୍ଧ୍ରପ୍ରଦେଶ ଅଞ୍ଚଳର ଏକ ସ୍ଥାନରେ ଉଭୟେ ଭଡ଼ା ସୂତ୍ରରେ ଏକ ଘରେ ରହିଥିଲେ। ଯୁବକ ଜଣଙ୍କ ନାବାଳିକାଙ୍କୁ ବିବାହରେ ପ୍ରଲୋଭନ ଦେଖାଇ ବଳପୂର୍ବକ ଦୁର୍ଷ୍କମ କରି ଆସୁଥିଲେ। ଘଟଣା ନେଇ ନାବାଳିକା ଜଣଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ଖବର ପାଇ ରବିବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁନିଳ କଣ୍ଡାଗୋରି ଓ ଟିମ୍ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ହିଞ୍ଜିଳି ଥାନାକୁ ଆଣି ପଚରାଉଚରା କରିଥିଲେ। ଅପହରଣକାରୀ ସଂପୃକ୍ତ ନାବାଳିକାଙ୍କୁ ଅପହରଣ କରିବା ସହ ଦୁର୍ଷ୍କମ କରିଥିବା ପୁଲିସ ନିକଟରେ ସ୍ବୀକାର କରିଥିବା ପୁଲିସ କହିଛି। ସୋମବାର ଉଭୟଙ୍କ ଡାକ୍ତରୀମାଇନା ପରେ ଅପହରଣକାରୀ ଯୁବକଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଆଇଆଇସି ସେଠି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post