ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍‌, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଧଳାଜହର କାରବାର । ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରାଉନସୁଗାର ରାଜ୍ୟ ବାହାରୁ ଭିତରକୁ ଚାଲାଣ କରାଯାଉଛି । ଯାହା ରାଜ୍ୟ ପୋଲିସ୍ ଦ୍ୱାରା ଜାରି ଅପରେସନ୍ ହ୍ୱାଇଟ୍ ସ୍ପାଇଡରକୁ ଖୋଲା ଚ୍ୟାଲେଞ୍ଜ ଦେଉଛି । ଆଜି ସମାନ ଭାବରେ ଖୋର୍ଦ୍ଧା ବରୁଣେଇ ନଗରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍ କରିଛି ଅବକାରୀ ବିଭାଗ ।

ସୂଚନା ଅନୂସାରେ ଏହି ଅଞ୍ଚଳରେ ଧଳାଜହର କାରବାରର ସୂଚନା ପାଇ ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇଥିଲା ଓ ପ୍ରାୟ ୧୮୦ ଗ୍ରାମର ବ୍ରାଉନସୁଗାର ଜବତ୍ କରାଯାଇଛି । ତେବେ ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ଜବତ୍ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୧୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.