ରାଜଧାନୀରେ ବନ୍ଧାହେଲେ ନକଲି ଡାକ୍ତର, ଅଛନ୍ତି ୧୪ ଜଣ ସ୍ତ୍ରୀ

ଭୁବନେଶ୍ୱର : ନକଲି ଡାକ୍ତର ସେଥିରେ ପୁଣି ଠାକାମୀ । ଏମିତି ଡାକ୍ତରଙ୍କୁ ବିଳମ୍ବରେ ହେଲେ ବି ପୁଲିସ୍‌ ଗିରଫ କରିଛି । ନକଲି ଡାକ୍ତରଙ୍କ ନାମ ରମେଶ ଚନ୍ଦ୍ର ସ୍ୱାଇଁ । ତାଙ୍କର ରହିଛନ୍ତି ୧୪ ଜଣ ସ୍ତ୍ରୀ । ସେ ଦିଲ୍ଲୀରେ ଜଣେ ଶିକ୍ଷୟତ୍ରୀଙ୍କୁ ୨୦୧୮ ମସିହାରେ ଡାକ୍ତର ପରିଚୟ ଦେଇ ଜନକପୁରାରେ ଥିବା ଆର୍ଯ୍ୟ ସମାଜରେ ବିବାହ କରିଥିଲେ।

ପରେ ତାଙ୍କୁ ଆଣି ଭୁବନେଶ୍ୱରେ ରଖିଥିଲେ। ପାଖରେ ରହିବା ପରେ ଶିକ୍ଷୟତ୍ରୀ ଜାଣିଥିଲେ ସେ ଫସିଯାଇଛନ୍ତି । ସେ ବାଧ୍ୟ ହୋଇ ମହିଳା ଥାନାରେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍‌ କରିବା ପରେ ସେ କେରଳରେ ପାରାମେଡିକାଲ୍‌ ଏବଂ ଫାର୍ମାସୀରେ ପଢିଥିବା କଥା କହିଛନ୍ତି । ପୁଲିସ ଏ କଥାର ବି ଯାଞ୍ଚ କରୁଛି । ୧୯୯୨ରୁ ୨୦୦୨ ମଧ୍ୟରେ ଦୁଇ ଜଣଙ୍କୁ ଏବଂ ୨୦୦୨ରୁ ୨୦୨୦ ମଧ୍ୟରେ ୧୨ ମୋଟ୍‌ ୧୪ ଜଣଙ୍କୁ ବିବାହ କରିଛନ୍ତି ।

ପୁଲିସ ଏକ ସ୍କାଡ୍‌ ଗଠନ କରି ଏହାର ତଦନ୍ତ କରିଥିଲା । ସମ୍ପୃକ୍ତ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ଖଣ୍ଡଗିରିରିରେ ଥିବା ଏକ ଭଡା ଘରୁ ଗିରଫ କରାଯାଇଛି । ନକଲି ଡାକ୍ତରଙ୍କ ନିଶା ଥିଲା ଦେଶର ବିଭିନ୍ନ ସ୍ଥାନ ବୁଲିବା । ସେ ଆସାମରେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ସହ ଅଧିକାଂଶ ସମୟ ରୁହନ୍ତି । ନିଜକୁ ଭାରତ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡେପୁଟି ଡାଇରେଟକ୍ଟର ଜେନେରାଲ୍‌ ଭାବେ ପରିଚୟ ଦିଅନ୍ତି । ବିବାହ ପାଇଁ ଥିବା ବିଭିନ୍ନ ମାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜର ବିଜ୍ଞାପନ ଦେଇଛନ୍ତି । ଏକୁଟିଆ ରହୁଥିବା କର୍ମଜାବୀ ମହିଳାଙ୍କୁ ଜାଲରେ ଫସାଇବା ପାଇଁ ଚେଷ୍ଟା କରନ୍ତି । ୧୯୮୨ରୁ ୨୦୦୨ ଭିତରେ ସେ ୧୪ ଜଣଙ୍କୁ ବିବାହ କରିଛନ୍ତି । ପୁଲିସ ୯ ଜଣଙ୍କର ଯୋଗାଯୋଗ କରିଛି ।

ସେ ବିବାହ କରିବା ସହ ବିଭିନ୍ନ ଉପାୟରେ ଟଙ୍କା ଠକି ନିଅନ୍ତି । ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ୧୦ ଲକ୍ଷ ଏକ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ନାମରେ ୧୧ ଲକ୍ଷ ଠକି ନେଇଥିଲେ। ବ୍ୟାଙ୍କରେ ଜାଲ ପରିଚୟ ପତ୍ର ଦେଇ ଋଣ ନେଇଛନ୍ତି । ତାଙ୍କର ୧୩ଟି ବ୍ୟାଙ୍କରେ ୧୨୮ଟି ଜଲ୍‌ କ୍ରେଡିଟ୍‌ କାର୍ଡ ରହିଛି । ଅନେକ ବେକାର ଯୁବକ ଯୁବତୀଙ୍କୁ ଚାକିରି କରେଇ ଦେବା ନାଁରେ ସେ କୋଟି କୋଟି ଟଙ୍କା ଠକି ନେଇଥିଲେ । ଆଗରୁ ହାଇଦ୍ରାବାଦ ପୋଲିସ୍‌ ଏକ ଠକେଇ ମାମଲାରେ ତାଙ୍କୁ ଗିରଫ କରିଥିଲା ।

nis-ad
Leave A Reply

Your email address will not be published.