ବାଲାଟରେ ଏକାଧିକ ମୋହର ବାଜିଥିଲେ କ’ଣ ହେବ, ସେନେଇ ସ୍ପଷ୍ଟୀକରଣ

ଭୁବନେଶ୍ୱର: ବୈଧ ଭୋଟ ସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ଚିଠି କରିଛନ୍ତି । କେଉଁଭଳି ସ୍ଥିତିରେ ଭୋଟ ବୈଧ ଘୋଷଣା ହେବ, ସେନେଇ ସ୍ପଷ୍ଟୀକରଣ କରିଛନ୍ତି । ପ୍ରତିଦ୍ୱନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ଅବୈଧ ଘୋଷଣା ହେବ । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଠାରୁ ବାଲାଟରେ ଅଧିକ ଚିହ୍ନ ରହିଥାଏ ।

ଯେତିକି ପ୍ରାର୍ଥୀ ଥିବେ, ସେତିକି ଜଣକ ଚିହ୍ନ ରଖି ବାଲାଟ ଭଙ୍ଗା ହୋଇଥିବ । ଯଦି କେହି ଭୋଟର ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ମୋହର ମାରିଥାଏ ଏବଂ ପ୍ରତିଦ୍ୱନ୍ଦିତାରେ ନଥିବା ଏକ ଚିହ୍ନରେ ବି ମୋହର ମାରିଥାଏ, ବୈଧ ରହିବ । ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହରକୁ ବୈଧ ଘୋଷଣା କରାଯିବ ।

nis-ad
Leave A Reply

Your email address will not be published.