ଭୋଟ ଗଣତି ଅଧିକାରୀଙ୍କୁ ତାଲିମ ପ୍ରଦାନ

ଦାରିଙ୍ଗବାଡ଼ି, ୧୪/୦୨ : ତ୍ରିସ୍ତରୀୟ ନିର୍ବାଚନରେ ଦାରିଙ୍ଗବାଡ଼ି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ପଦବୀର ଭୋଟ ଗଣତି କରିବାନେଇ ଅଧିକାରୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ୨୫ଟି ଦଳ ଗଠନ କରାଯାଇ ପ୍ରତି ଦଳରେ ଜଣେ ସୁପରଭାଇଜର ,ଦୁଇଜଣ ଏକାଉଣ୍ଟିଙ୍ଗ ଅଧିକାରୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଗଠନ କରାଯାଇଛି ।

ଏଥିପାଇଁ ୧୩୩ ଜଣ କର୍ମଚାରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ | ଏଥିରେ ପ୍ରଶିକ୍ଷକ ଭାବେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲେସ ନାୟକ ଯୋଗଦେଇ ତାଲିମ ଦେଇଥିଲେ। ବିଡ଼ିଓ ଟ୍ରେନିଂ ଦେବା ସହ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସୁପରଭାଇଜର ଭାବେ ୨୫ଜଣ, ଏକାଉଣ୍ଟିଙ୍ଗ ଅଧିକାରୀ ଭାବେ ୫୦ ଜଣ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ୨୫ଜଣ ସହିତ ରିଜର୍ଭ ସୁପରଭାଇଜର ଭାବେ ୪ ଜଣ ଓ ରିଜର୍ଭ ଏକାଉଣ୍ଟିଙ୍ଗ ଅଧିକାରୀ ଭାବେ ୨୯ ଜଣ ସର୍ବ ମୋଟ ୧୩୩ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.