ୟୁକ୍ରେନରୁ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର ପାଇଁ ୪ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁଦ୍ଧ ଭୂମିରୁ ଓଡ଼ିଆ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମେଗା ପ୍ଲାନ । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ସୁରକ୍ଷିତ ଭାବେ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ । ୪ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର ।

୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁ ଆଉ ୫ ଦିନିଆ ରିମାଣ୍ଡରେ ଯିବେ । ଏନେଇ ଏସ୍‌ଡିଜେମେ୍‌ ପକ୍ଷରୁ ଅନୁମତି ମିଳିଛିି। ତେବେ ୭ ଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେମେ୍‌ କୋର୍ଟରେ ମହିଳା ଥାନା ପୋଲିସ ଆବେଦନ କରଥିଲା।୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି

ବିଏମ୍‌ସି ନିର୍ବାଚନ ପାଇଁ ୪ କର୍ପୋରେଟର ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ୪ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ଗତକାଲି ମେୟର ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ ୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର

ରାଜ୍ୟରେ ଆଜି ୩୩୦ ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୪ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର

୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟି ଚଢ଼ଉ

ଭୁବନେଶ୍ୱର: ଟିକସ୍‌ ଫାଙ୍କି ଅଭିଯୋଗରେ ରାଜ୍ୟର ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟିର ଚଢଉ କରିଛି। ଚଢ଼ଉରେ ୧୩୦ ଟିମ୍‌ ସାମିଲ ଥିଲେ। ଆଉ ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜିଏସ୍‌ଟି ବିଭାଗକୁ ମିଳିଛି। ଟିକସ୍‌ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ବିଭାଗ ଆଜି କଟକ,

ଝରିଗାଁ,ଚନ୍ଦାହାଣ୍ଡି,ଓ ଆଂଶିକ ଭାବେ ଉମରକୋଟ ଓ ଡାବୁଗାଁରେ ଭୂମିକମ୍ପ ଅନୁଭୂତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରେ ମୃଦୁ ଭୁମିକମ୍ଫ ଅନୁଭୁତ ହୋଇଛି, ଆଜି ସକାଳ ପ୍ରାୟ 11.29 ମିନିଟରେ ଚାନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ବ୍ଲକ ରେ ଲୋକ ଭୁମିକମ୍ଫ ଅନୁଭୁତ ହେବା ଖବର ପ୍ରାପ୍ତ ହୋଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ଚାନ୍ଦାହାଣ୍ଡି ବ୍ଲକ୍ ରେ କିଛି ଅଞ୍ଚଳ ର କଚା

ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ

କଟକ: ଘର ଇଣ୍ଟରିଅର ମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା। ବିଡାନସୀ ନଦୀ ପଠାରୁ ମିଳିଲା ମୃତଦେହ । ମୃତଦେହ ନିକଟରୁ ତାଙ୍କ ବାଇକକୁ ଜବତ କଲା ବିଡାନାସୀ ଥାନା ପୋଲିସ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ ନାମ ଆଜାଦ ୟାଦବ, ବୟସ ୨୮, ଘର ବିହାର ରାଜ୍ୟର ଚକସିୟା ବୋଲି । ତେବେ

ପ୍ରଥମ ବାର୍ଷିକ ଶିଵରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିଵରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଟିକାବାଲିର ଜଗନ୍ନାଥ ସାହାଣୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ

ନିର୍ବାଚନ ପରବର୍ତ୍ତି ହିଂସା, କାରକୁ ପୋଡି ଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଡର ଗ୍ରାମ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳିଛି। କାଇପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନି ନଳିନୀ ଅରିଶଲ ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ କାଇପଦର ମଙ୍ଗଳା ମଣ୍ଡପ ନିକଟରେ

ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ପୁଣି ଜଣେ ନକଲି ସିବିଆଇ ଅଫସରକୁ ଗିରଫ କଲା କମିଶନରେଟ ପୋଲିସ। ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ନକଲି ସିବିଆଇ ଅଫିସର। ତାର ନାଁ ନିଖିଲ ସ୍ଵାଇଁ ଓ ସେ ଜଣେ ଦିବ୍ୟାଙ୍ଗ ବୋଲି ଜାଣିବାକୁ ପାଇଛି ପୋଲିସ। ପୋଲିସ ସୂଚନା ମୁତାବକ ଜଣେ ମୋବାଇଲ ଦୋକାନୀକୁ ତାଙ୍କ