ରାଜ୍ୟରେ ଆଜି ୩୩୦ ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୪ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୭୫୬ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।ଖୋର୍ଦ୍ଧାରୁ ୩୬, ଗଜପତିରୁ ୨୮, ପୁରୀରୁ ୨୭, କେନ୍ଦୁଝରରୁ ୨୦, ଯାଜପୁର, ଜଗତସିଂହପୁର, ମୟୂରଭଂଜରୁ ୧୬ ଜଣ ଲେଖାଏଁ, ବାଲେଶ୍ୱରରୁ ୧୪, କଟକ, ଗଂଜାମରୁ ୧୦-୧୦, ସୁବର୍ଣ୍ଣପୁରରୁ ୮, କୋରାପୁଟ, ରାୟଗଡ଼ାରୁ ୬-୬, ବଲାଙ୍ଗୀରରୁ ୫, ଦେବଗଡ଼, କଳାହାଣ୍ଡି, କନ୍ଧମାଳରୁ ୪ ଜଣ ଲେଖାଏଁ, ନୂଆପଡ଼ାରୁ ୩, ଜଗତସିଂହପୁର, ନବରଂଗପୁରରୁ ୨-୨, ନୟାଗଡ଼ରୁ ଜଣେ ଓ ରାଜ୍ୟ ପୁଲ୍‌ରୁ ୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

nis-ad
Leave A Reply

Your email address will not be published.