ବିଜେଡି ଖତମ୍ ହେଇସାରିଛି : ତୋମାର

ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି ଯାହା କରିପାରି ନଥିଲା, ଶହେ ଦିନର ଶାସନ ଭିତରେ ଭାଜପା କରି ଦେଖାଇଛି । ବିଜେଡି କେବଳ ‘ମୁଙ୍ଗେରିଲାଲ୍ କେ ହସିନ୍ ସ୍ବପ୍ନେ’ ଦେଖୁଛି ବୋଲି ତୋମାର କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ଭାଜପା ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ । ଦଳ ଯେପରି ନ ଭାଙ୍ଗିବ ନେତା ଓ କର୍ମୀମାନେ ଅନ୍ୟ ଦଳକୁ ଯେଭଳି ନଯିବେ, ସେଥିପାଇଁ ମିଛ ପ୍ରଚାର କରୁଥିବା କହିଛନ୍ତି ରାଜ୍ୟ ଭାଜପା ପ୍ରଭାରୀ । ରତ୍ନଭଣ୍ଡାର ଚାବି ହଜେଇଥିଲା ପୂର୍ବତନ ସରକାର । ସେହି ଚାବି ମିଳିଲା । ଚାରିଦ୍ୱାର ଖୋଲିଲା ଭାଜପା । ଏହାବ୍ୟତୀତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜପା ଦମ୍ ଦେଖାଇବ ବୋଲି କହିଛନ୍ତି ରାଜ୍ୟ ଭାଜପା ପ୍ରଭାରୀ । ତେବେ ଭାଜପା ପ୍ରଭାରୀଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।

nis-ad
Leave A Reply

Your email address will not be published.