୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟି ଚଢ଼ଉ

ଭୁବନେଶ୍ୱର: ଟିକସ୍‌ ଫାଙ୍କି ଅଭିଯୋଗରେ ରାଜ୍ୟର ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟିର ଚଢଉ କରିଛି। ଚଢ଼ଉରେ ୧୩୦ ଟିମ୍‌ ସାମିଲ ଥିଲେ। ଆଉ ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜିଏସ୍‌ଟି ବିଭାଗକୁ ମିଳିଛି।

ଟିକସ୍‌ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ବିଭାଗ ଆଜି କଟକ, ଖୋର୍ଦ୍ଧା(ଭୁବନେଶ୍ୱର) , ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼ (ରାଉରକେଲା) ପ୍ରମୁଖ ସ୍ଥାନରେ ଚଢ଼ଉ କରିଥିଲା।

ବିଭିନ୍ନ ପାନମସଲା ଗୋଦାମ ସମେତ ପାନମସଲା ତିଆରି କାରଖାନାରେ ଏହି ଚଢଉ ହୋଇଛି। ଚଢ଼ଉ ସମୟରେ ଟିକସ୍‌ ଫାଙ୍କି ସଂପର୍କୀତ ଅନେକ କାଗଜପତ୍ର ଜବତ କରିଛି ଜିଏସ୍‌ଟି ବିଭାଗ। କେତେକ ସ୍ଥାନରେ କାଗଜ ଗୁଡ଼ିକୁ ଜାଳିଦେବା ଲାଗି ଉଦ୍ୟମ ହୋଉଥିବା ବେଳେ ଜିଏସ୍‌ଟି ୱିଙ୍ଗ ଜବତ କରିଛି। ଯାଞ୍ଚରୁ ଜଣାପଡିଛି, ଗୋଦାମ ମାଲିକମାନେ କମ୍‌ ପରିମାଣର ଅର୍ଥ ଦେଖାଇ ଅଧିକ ପରିମାଣର ପାନମସଲା ଗଚ୍ଛିତ ରଖିଛନ୍ତି। ୧୪ଟି ଜିଲ୍ଲାର ୩୦ଟି ସ୍ଥାନରେ ଚଢ଼ଉ କରିଥିଲା ଜିଏସ୍‌ଟି ବିଭାଗ। ୧୩୦ଟି ଟିମ୍‌ ୧୨୧ ଜଣ ଅଫିସରଙ୍କୁ ନେଇ ଚଢ଼ଉ କରାଯାଇଛି।

ବଲାଙ୍ଗିର କ୍ଲବପଡାଠାରେ ଥିବା ବାଲାଜୀ ଟ୍ରେଡର୍ସର ଗୋଦାମ ଉପରେ ଚଢଉ କରିଥିଲା ଜିଏସ୍‌ଟି ବିଭାଗ। ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ ଚଢଉ କରିଥିଲା। କ’ଣ ପାଇଁ ଚଢଉ କରାଯାଉଛି? ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଚଢ଼ଉ କରିଥିବା ଅନୁମାନ କରାଯାଉଛି।

nis-ad
Leave A Reply

Your email address will not be published.