ଝରିଗାଁ,ଚନ୍ଦାହାଣ୍ଡି,ଓ ଆଂଶିକ ଭାବେ ଉମରକୋଟ ଓ ଡାବୁଗାଁରେ ଭୂମିକମ୍ପ ଅନୁଭୂତ


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରେ ମୃଦୁ ଭୁମିକମ୍ଫ ଅନୁଭୁତ ହୋଇଛି, ଆଜି ସକାଳ ପ୍ରାୟ 11.29 ମିନିଟରେ ଚାନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ବ୍ଲକ ରେ ଲୋକ ଭୁମିକମ୍ଫ ଅନୁଭୁତ ହେବା ଖବର ପ୍ରାପ୍ତ ହୋଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ଚାନ୍ଦାହାଣ୍ଡି ବ୍ଲକ୍ ରେ କିଛି ଅଞ୍ଚଳ ର କଚା ଘର ର ଝିଙ୍କର ଛାତ ଖସି ପଡିଥିବା ବେଳେ କେତେକ ସ୍ଥାନରେ କାନ୍ଥ ରେ ଫାଟ ଆସିଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂକମ୍ପ ହୋଇଥିବା ସୂଚନା ମିଳିଛି।ହଠାତ୍ ଭୂମିକମ୍ପ ହଲିବା ଅନୁଭବ କରି ଲୋକେ ଭୟଭୀତ ହୋଇ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟ କ୍ଷତିର ସୂଚନା ମିଳି ନଥିବା ବେଳେ ଏବେ ଯାଏଁ ଭୁକମ୍ପର କେନ୍ଦ୍ରସ୍ଥଳୀ ସଂପର୍କରେ କିଛି ସୂଚନା ମଧ୍ଯ ମିଳିନାହିଁ ।

ରିପୋର୍ଟ-ଦେବଦାସ ମହାକୁଡ

nis-ad
Leave A Reply

Your email address will not be published.