ବିଡାନାସୀରୁ ମିଳିଲା ନିଖୋଜ ବିହାର ଯୁବକର ମୃତଦେହ

କଟକ: ଘର ଇଣ୍ଟରିଅର ମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା। ବିଡାନସୀ ନଦୀ ପଠାରୁ ମିଳିଲା ମୃତଦେହ । ମୃତଦେହ ନିକଟରୁ ତାଙ୍କ ବାଇକକୁ ଜବତ କଲା ବିଡାନାସୀ ଥାନା ପୋଲିସ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ ନାମ ଆଜାଦ ୟାଦବ, ବୟସ ୨୮, ଘର ବିହାର ରାଜ୍ୟର ଚକସିୟା ବୋଲି ।

ତେବେ ସୂଚନାନୁସାରେ ଗତ ୨୫ତାରିଖ ଦିନ କାମ କରିବା ପାଇଁ କଟକ ଆସିଥିଲେ । ସେବେଠୁ ନିଖୋଜ ଥିଲେ ନିରୁଦିଷ୍ଟ ମୃତ ବ୍ୟକ୍ତି ଜଣକ । ତେଣୁ ୨୬ ତାରିଖରେ ତାଙ୍କ ସମ୍ପର୍କୀୟ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦେଇଥିଲେ । ତେବେ ଘଟଣାସ୍ଥଳରେ କଟକ ଡ଼ିସିପି ଓ ସାଇଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.