ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା

ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ ମିଳୁଛି l କିନ୍ତୁ ଏ ସମ୍ପର୍କରେ ଘରେ କୌଣସି କଥା କହିନଥିବା ପରିବାର ଲୋକେ କହିଛନ୍ତି । ବୁଧବାର ସକାଳୁ ଘରୁ ବାହାରି ନିକଟସ୍ଥ ଏକ ମହୁଲ ଗଛ ରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ଥାନୀୟ କିଛି ଲୋକ ଶୌଚ ହେବ ପାଇଁ ଯିବା ବେଳେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । କୁଳମଣି ମଲ୍ଲିକ ଖମନଖୋଲ ପଞ୍ଚାୟତର ହାତିରାଜା ଉ.ପ୍ରା. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏ ନେଇ ପୁଲିସ ୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ବାଲିଗୁଡା ଥାନା ଏଏସଆଇ ଉମାଶଙ୍କର ନିଆଳ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.