ନିର୍ବାଚନ ପରବର୍ତ୍ତି ହିଂସା, କାରକୁ ପୋଡି ଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କାଇପଡର ଗ୍ରାମ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳିଛି। କାଇପଦର ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନି ନଳିନୀ ଅରିଶଲ ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ କାଇପଦର ମଙ୍ଗଳା ମଣ୍ଡପ ନିକଟରେ ନିର୍ବାଚନରେ ହାରି ଯାଇଥିବା ରାଜଶ୍ରୀ ଚମ୍ପତି ରାୟଙ୍କ କର୍ମୀ ଏବଂ ଜିତିଥିବା ସରପଞ୍ଚଙ୍କ କର୍ମୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ପରେ କାଇପଦର ଏକ ଫାର୍ମ ହାଉସ ନିକଟରେ ସେହି ଗ୍ରାମର ମାନସ ରଞ୍ଜନ ରାଉତରାୟଙ୍କ କାରଟିକୁ କେହି ଦୁର୍ବୁତ୍ତ ପୋଡିଦେଇଛନ୍ତି । ଏ ନେଇ ମାନସ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.