ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର

ଭୁବନେଶ୍ବର: ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର। ତ୍ୱରିତ ଭାବେ ଏହାର ନିର୍ମାଣ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ତଃରାଜ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ। ମାଲକାନଗିରି ଜିଲ୍ଲା

ମାର୍ଚ୍ଚ ୨୫ ରୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବସିବ ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ୩୧ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୬ଟି କାର୍ୟ୍ୟଦିବସ ରହିଛି । ମାର୍ଚ୍ଚ ୨୫ରେ ମାନ୍ୟବର ରାଜ୍ୟପାଳ ଅଭିଭାଷଣ ରଖିବେ । ଏହାପରେ ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ

ଏସ୍‌ପି ତ୍ରିନାଥ ମିଶ୍ର ଗିରଫ ମାମଲାରେ ସ୍ତ୍ରୀଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଭିଜିଲାନ୍ସ ଜାଲରେ ପଡ଼ି ଅତିରିକ୍ତ ଏସ୍‌ପି (କମ୍ୟୁନିକେସନ୍) ତ୍ରିନାଥ ମିଶ୍ର ଗିରଫ ହେବା ମାମଲାରେ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ଥିଲା। ଗିରଫଦାରିଙ୍କୁ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଓଡ଼ିଶା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଅଧିକାରୀ/କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ କର୍ତ୍ତବ୍ୟପରାୟଣତା, ନିଷ୍ଠା ଏବଂ ନେତୃତ୍ୱ ଯୋଗୁଁ

ଓଡ଼ିଶାର ଶ୍ରୁତି ମହାପାତ୍ର ପାଇଲେ ନାରୀ ଶକ୍ତି ପୁରସ୍କାର

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଭୋଟ କିଣାବିକାର ଅଭିଯୋଗ ଆଣିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ କିଣା ବିକାର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଭୋଟ୍ କିଣା ବିକା ଚାଲିଛି । ମୂଲଚାଲ ହେଉଛି ଭୋଟ୍ । ଏନେଇ ତାଙ୍କ ପାଖରେ ତିନିଟି ଭିଡିଓ ରେକର୍ଡିଂ ରଖିଛନ୍ତି, ଠିକ୍ ସମୟରେ ପ୍ରକାଶ କରିବେ ବୋଲି କହିଛନ୍ତି ଅପରାଜିତା

୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ତପନ ସାମନ୍ତ ଗିରଫ । ଗିରଫ ପରେ ତପନ ସାମନ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି ଓଡ଼ିଶା ପୋଲିସ । ଟ୍ରାଞ୍ଜିଟ ରିମାଣ୍ଡରେ ଆସିବେ ମାସ୍ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ । ୧୫କୋଟି ଠକେଇ ମାମଲାରେ ଟ୍ରାଞ୍ଜିଟ ରିମାଣ୍ଡରେ

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ, ଆଜି ପୁଣି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସାନ୍ନ ହୋଇଛି । ଏଥିଲାଗି ଆଜି ପୁଣି ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଛି । ଆଜି ସକାଳେ ଶ୍ରୀମନ୍ଦିରର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିବା ପରେ ମହାପ୍ରଭୁଙ୍କ ରୀତିନୀତି ବିଳମ୍ବ ହୋଇଥିଲା। ରୀତିନୀତି ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିବା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବିଦାୟ ନେଲେ କ୍ରିଷନ କୁମାର

ପୁରୀ : ଦୀର୍ଘ ଅଢେଇବର୍ଷ ମହାପ୍ରଭୁଙ୍କ ସେବାରେ ରହି ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବିଦାୟ ନେଇଛନ୍ତି ଡ. କ୍ରିଷନ କୁମାର। ସୋମବାର ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ବେଶ୍‍ ଭାବବିହ୍ୱଳ ହୋଇଯାଇଥିଲେ। ଶ୍ରୀମନ୍ଦିରରୁ ଫେରିବା

ଭାରସାମ୍ୟ ହରାଇ ଦମ୍ପତିଙ୍କ ଉପରେ ଚଢିଗଲା ମିନି ଟ୍ରକ୍, ସ୍ଵାମୀ-ସ୍ତ୍ରୀ ମୃତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମିନି ଟ୍ରକ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ସ୍ଥାନୀୟ ଓଚିନ୍ଦା ତାଜପୁର ଗ୍ରାମର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ ବୋଲି