ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଭୋଟ କିଣା ବିକାର ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଭୋଟ୍ କିଣା ବିକା ଚାଲିଛି । ମୂଲଚାଲ ହେଉଛି ଭୋଟ୍ । ଏନେଇ ତାଙ୍କ ପାଖରେ ତିନିଟି ଭିଡିଓ ରେକର୍ଡିଂ ରଖିଛନ୍ତି, ଠିକ୍ ସମୟରେ ପ୍ରକାଶ କରିବେ ବୋଲି କହିଛନ୍ତି ଅପରାଜିତା
ଭୋଟ୍ ବିକ୍ରି ନକରି ସଠିକ୍ ଲୋକଙ୍କୁ ବାଛନ୍ତୁ ବୋଲି ବସ୍ତବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ଅପରାଜିତା ।
ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି, ଭୁବନେଶ୍ୱର ସାଂସଦଙ୍କ ଅଭିଯୋଗ ହେଉଛି ଔଷଧ ବିକଳରେ ତାଟିଆ କାମୁଡା । ପଂଚାୟତ ନିର୍ବାଚନ ଫଳାଫଳକୁ ଦେଖିବା ପରେ ତାଙ୍କ ମନକୁ କଷ୍ଟ ହେଉଥିବ । ସେ ଯେପରି ଅଭିଯୋଗ କରୁଛନ୍ତି ତାହା ନକରି ଦଳ କେମିତି ଭଳ କରିବ ସେଥିପାଇଁ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି ଅଶୋକ ପଣ୍ଡା ।