ବିଜୁଳି ଚୋରି ରୋକିବା ପାଇଁ ଟିପିଏସ୍ଓଡିଏଲର ରୁଟିନ୍ ଯାଞ୍ଚଜନିତ ପରିଦର୍ଶନ…

ବ୍ରହ୍ମପୁର : ଭରସାଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ନେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ, ସମ୍ଭାବ୍ୟ ବିଦ୍ୟୁତ ଚୋରି ରୋକିବା ପାଇଁ ଟିପିଏସ୍ଓଡିଏଲର ଏକ ଟିମ୍ ଆସିକା ବ୍ଲକର ମଣ୍ଟପଡ଼ା ଗ୍ରାମକୁ ପରିଦର୍ଶନ କରିଥିଲେ। କମ୍ପାନୀର ଅପରେସନାଲ୍ ପ୍ରୋଟକଲ୍ ଏବଂ ଯଥୋଚିତ ନିୟମ ଅନୁଯାୟୀ ସଚ୍ଚୋଟ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ କର୍ମଚାରୀ ଉପରୋକ୍ତ ଗ୍ରାମକୁ ଗସ୍ତ କରିଥିଲେ। ବିଦ୍ୟୁତ ଚୋରି ହେଉଛି ଏକ ଅପରାଧ ଶ୍ରେଣୀଭୁକ୍ତ ଅବୈଧ କାର୍ଯ୍ୟ, ଯାହା ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣର ଗୁଣବତ୍ତାରେ ସମସ୍ୟା ସୃଷ୍ଟି କରେ। ବିଦ୍ୟୁତ ଚୋରି ଯୋଗୁଁ ହେଉଥିବା କ୍ଷତିରେ ଉପଭୋକ୍ତା ପ୍ରଭାବିତ ହୁଅନ୍ତି। ଏହି ସମସ୍ୟାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି। ଭରସାଯୋଗ୍ୟ ଏବଂ ଗ୍ରାହକ-କୈନ୍ଦ୍ରିକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ ସର୍ବଦା ନିଷ୍ଠାପର ଭାବେ କାମ କରିଆସିଛି। ବିଦ୍ୟୁତ ସେବା, ଭିତ୍ତିଭୂମି ଏବଂ ଉପଭୋକ୍ତା ସମ୍ପର୍କକୁ ଉନ୍ନତ କରିବା ସହ ଏକ ସକାରାତ୍ମକ ସେବା ଅନୁଭୂତି ଯୋଗାଇବା ଦିଗରେ ଆମ ଟିମ୍ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।

nis-ad
Leave A Reply

Your email address will not be published.