ପୁରୀ: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସାନ୍ନ ହୋଇଛି । ଏଥିଲାଗି ଆଜି ପୁଣି ଭକ୍ତଙ୍କ ଦର୍ଶନରେ ବାଧା ଉପୁଜିଛି । ଆଜି ସକାଳେ ଶ୍ରୀମନ୍ଦିରର ଭିତର କାଠ ନିକଟରେ ଜଣେ ଭକ୍ତ ବାନ୍ତି କରିବା ପରେ ମହାପ୍ରଭୁଙ୍କ ରୀତିନୀତି ବିଳମ୍ବ ହୋଇଥିଲା। ରୀତିନୀତି ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀଜିଉଙ୍କ ମହାସ୍ନାନ କରାଯାଇଛି ।
ସୂତ୍ରରୁ ପ୍ରକାଶ ଯେ ଭକ୍ତମାନଙ୍କୁ ‘ମହା ସ୍ନାନ’ ରୀତିନୀତି ସମୟରେ ମନ୍ଦିର ପରିସରରେ ପ୍ରବେଶ ବନ୍ଦ ରଖାଯାଇଥିଲା। ମହାସ୍ନାନ ରୀତିନୀତି ସମାପ୍ତ ହେବା ପରେ ଭକ୍ତମାନଙ୍କୁ ଦେବତାମାନଙ୍କର ଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଏହିଭଳି ଗତକାଲି ମଧ୍ୟ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖା ଦେବା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା, ଏହାଫଳରେ ସାଧାରଣ ଭକ୍ତଙ୍କ ଦର୍ଶନ ବାଧାପ୍ରାପ୍ତ ହୋଇଥିଲା ।
ତେବେ ପ୍ରବଳ ଖରାରେ ବହୁ ସଂଖ୍ୟାରେ ଭକ୍ତଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଅପେକ୍ଷା କରିଥଲେ । ମହାସ୍ନାନ ରୀତିନୀତି ଅନୁଯାୟୀ ସେମାନଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଶ୍ରୀମନ୍ଦିର ପରିସରରେ ରକ୍ତ ଛିଟା ପରିଲକ୍ଷିତ ହୁଏ, ତେବେ ଶ୍ରୀଜିଉଙ୍କ ମହା ସ୍ନାନ ରୀତିନୀତି କରାଯାଇଥାଏ।