ଆସିକା ବିଜ୍ଞାପିତ ଅଞ୍ଚଳ : ୮୦ ବର୍ଷର ବୃଦ୍ଧ ବୃଦ୍ଧା ମାନଙ୍କୁ ଭତ୍ତା ବଣ୍ଟନ ରେ ହେଉଛି ପାତର ଅନ୍ତର…..!

ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଭତ୍ତା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ନୂତନ ସରକାରଙ୍କ ଫର୍ମାନ ରେ ୮୦ ବର୍ଷରୁ ଉର୍ଦ୍ଧ ବରିଷ୍ଟ ନାଗରିକ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ନୂତନ ଭାବେ ୩୫ ୦୦ ଟଙ୍କା ଭତ୍ତା ଦେବାର ପ୍ରତିଶୃତି ପୂରଣ କରା ଯାଇଛି। ଏହାର ବ୍ୟତିକ୍ରମ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦେଖିବାକୁ ମିଳିଛି। ଇତି ମଧ୍ୟରେ କାର୍ଯ୍ୟାଳୟ ପରିସରେ ନୂତନ ଭତ୍ତା ୨୬ ହିତାଧିକାରୀ ମାନଙ୍କ ତାଲିକା ପ୍ରସ୍ତୁତ କରି ଦିଆଯାଇଥିଲା। ଏହି ତାଲିକାରେ ବିଭିନ୍ନ ଭୁଲ ଭଟକା ଥିବା ନେଇ ସହର ରେ ଆଲୋଚନା ହେଉଛି। ସ୍ୱଳ୍ପ ବୟସ ବ୍ୟକ୍ତି ବିଶେଷ ଙ୍କୁ ବି ଏଥିରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ପ୍ରକୃତ ୮୦ ପ୍ରତିଶତ ରୁ ଭିନ୍ନକ୍ଷମ ଥିବା ବ୍ୟକ୍ତି ଓ ୮୦ ବର୍ଷର ବୃଦ୍ଧ ନୂତନ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।ଏହି ଭତ୍ତା ବଣ୍ଟନ ରେ ପାତର ଅନ୍ତର କରାଯିବା ଘଟଣା କୁ ନେଇ ଲୋକେ କହୁଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ ର ମିଶାଣ ଫେଡ଼ାଣ କରିବାରେ କର୍ମଚାରୀ ମାନଙ୍କ ଭୂମିକା ସନ୍ଦେହେ ଜନକ ହୋଇଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.