ଭାରତ ଯୋଡ଼ ଯାତ୍ରାରେ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲା କଂଗ୍ରେସ କର୍ମୀ ସାମିଲ୍…


ମାଲକାନଗିରି : ବିଗତ କିଛି ମାସ ଧରି ଅନେକ ଘାତ ପ୍ରତିଘାତ , ବାଦ ବିବାଦ , ଶାସକ ଦଳର ଅପପ୍ରଚାର ମଧ୍ୟ ଦେଇ ୨୦୧୪ ମସିହା ପରେ ପରେ ଦେଶରେ ତିଆରି ହୋଇଥିବା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ‘ଭାରତ ଯୋଡ଼’ ନାଁ ରେ ଭାରତର ଧର୍ମନିରପେକ୍ଷତା , ସ୍ୱତନ୍ତ୍ରତା , ଭାଇଚାରାର ବାର୍ତ୍ତା ବହନ କରି ଇତିହାସରେ ନୂଆ ଅଧ୍ୟାୟ ତିଆରି କରିବାରେ ଚେଷ୍ଟାରତ ଭାରତୀୟ ଜାତୀୟ କଂଗ୍ରେସ । କେତେବେଳେ ଆଲିଙ୍ଗନକୁ ତ କେତେବେଳେ ଟି-ସାର୍ଟ କୁ ତ ଆଉ କେତେବେଳେ ଭିତ୍ତିହୀନ କଥାକୁ ନେଇ ଶାସକ ଦଳ ହୀନ ରାଜନୀତି କରି ଆସିଥିଲା । ଯେଉଁ ଭାରତ ଯୋଡ଼ ଯାତ୍ରାର ନେତୃତ୍ୱ ରାହୁଲ୍ ଗାନ୍ଧୀ ନେଉଥିବା ସମୟରେ ବିଗତ କିଛି ଦିନ ଧରି ଅନେକ ଖ୍ୟାତନାମା ବ୍ୟକ୍ତିତ୍ଵମାନେ ଦେଶର କୋଣ ଅନୁକୋଣରୁ ଆସି ଏହି ଯାତ୍ରା ପ୍ରତି କୃତଜ୍ଞତା ଓ ସମର୍ଥନ ଜଣାଇ ଆସୁଥିବା ଲକ୍ଷ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତ ଜାନୁୟାରୀ ୦୩ , ୦୪ , ୦୫ ଲଗାତାର ୩ଦିନ ଧରି ଭାରତ ଯୋଡ଼ ଯାତ୍ରାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ଜାତୀୟ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଜୟଦେବ ଜେନା , ନକୁଳ ନାୟକ ଓ ଅନ୍ୟାନ୍ୟ କଂଗ୍ରେସ୍ କର୍ମୀ ଯୋଗ ଦେଇଥିଲେ। ଏହା ଛଡ଼ା ଓଡିଶା ର ଅନେକ ଜିଲ୍ଲା କଂଗ୍ରେସ୍ ସଭାପତି , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ଯୁବ ସଭାପତି ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ସେହିଭଳି ସୁଦୂର ମାଲକାନଗିରି ଜିଲ୍ଲାରୁ ଯୁବ କଂଗ୍ରେସ ନେତା ଶ୍ରୀ ଶରତ ଚନ୍ଦ୍ର ବୁରୁଦା ଓ ଏଲ୍.ଏମ୍.ପଟ୍ଟନାୟକ ମଧ୍ଯ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି ପରିପେକ୍ଷି ରେ ଦେଶର ସାର୍ବଭୌମତ୍ଵ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାକୁ ପାଥେୟ କରି ଭାରତର ପ୍ରତ୍ୟେକ ଯୁବକ , ଛାତ୍ର ତଥା ବୁଦ୍ଧିଜୀବୀ ଦେଶର ଅଖଣ୍ଡତାକୁ ବଜାୟ ରଖିବା ନିମନ୍ତେ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହୁଅନ୍ତୁ ବୋଲି ଶ୍ରୀ ଶରତ ଚନ୍ଦ୍ର ବୁରୁଦା ଆହ୍ଵାନ ଦେଇଛନ୍ତି ।

nis-ad
Leave A Reply

Your email address will not be published.