୨୪ଘଣ୍ଟା ମଧ୍ୟରେ ୨୫ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରିର ପ୍ରକୋପ ଅଧିକ ବଢ଼ିବାରେ ଲାଗିଛି। ଶୀତ ଲହରି ବୃଦ୍ଧି ପାଇବା ସହିତ ଦେଶର ଅନେକ ଅଞ୍ଚଳରେ ହୃଦୟରୋଗୀ ଓ ହୃଦଘାତ ଘଟଣା ଅଧିକ ମାତ୍ରାରେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର କାନପୁରର ଏକ ହସ୍ପିଟାଲରେ ଗୋଟିଏ ଦିନ ଭିତରେ ୭୨୩ଜଣ ହୃଦୟରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିମଧ୍ୟରୁ ୪୦ଜଣରୁ ଅଧିକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ହୃଦୟରୋଗର ଡାକ୍ତରଙ୍କ କହିବାନୁସାରେ, ଗତ କିଛିଦିନ ମଧ୍ୟରେ ୭୨୩ଜଣ ହୃଦୟ ରୋଗୀଙ୍କ ମଧ୍ୟରୁ ୩୯ଜଣଙ୍କ ଅସ୍ତ୍ରୋପଚାର କରାଯାଇଛି। ଏଥିସହିତ ସାତଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଯାଇଥିଲା। କେବଳ ଏତିକି ନୁହେଁ ହୃଦୟ ଓ ବ୍ରେନ ଆର୍ଟାକ ହେତୁ ସହରରେ ଗୋଟିଏ ଦିନ ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ୨୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିମଧ୍ୟରୁ ୧୭ଜଣ ହୃଦୟ ରୋଗୀ କାର୍ଡିୟୋଲୋଜିର ଜରୁରୀକାଳିନ ସେବା ପର୍ଯ୍ୟନ୍ତ ବି ପହଞ୍ଚି ପାରି ନଥିଲେ। ଏମାନଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ଫଳରେ ଅଚେତ ହୋଇପଡ଼ିଥିଲେ, ଡାକ୍ତର ଏମାନଙ୍କ ଚିକିତ୍ସା କରିବା ପରେ ମୃତ ବୋଲି ଘୋଷଣା କରିଥିଲେ।
ତେବେ ଏଭଳି ଘଟଣା ଅଧିକମାତ୍ରାରେ ଆସିବାର କାରଣକୁ ନେଇ ଡାକ୍ତର କହିଛନ୍ତି, ଥଣ୍ଡା ଅଧିକ ପଡ଼ିଗଲେ ରକ୍ତଚାପ ବୃଦ୍ଧି ହେତୁ ଶିରାରେ ରକ୍ତ ଜମାଟ ବାନ୍ଧି ଯାଇଥାଏ, ଏହି କାରଣରୁ ହୃଦଘାତ ଓ ବ୍ରେନ ଆର୍ଟକ ଭଳି ସମସ୍ୟା ଦେଖା ଦେଇଥାଏ।

nis-ad
Leave A Reply

Your email address will not be published.