ଧାରଣାରେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ

ଭୁବନେଶ୍ୱର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ । ସବୁ ଆଡ଼େ ପଡ଼ି ରହିଛି ଅଳିଆ ଆବର୍ଜନା । ଗତକାଲି ଠୁଁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ । କାଜୁଆଲଟିରୁ ଅନ୍ୟ ଇର୍ମଜେନ୍ସି ବିଭାଗ ଯାଏ ପଡ଼ିଛି ଅଳିଆ ।

ସୂଚନାଅନୁସାରେ ସୋମବାରଠାରୁ ସେମାନେ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି । ଫଳରେ ହସ୍ପିଟାଲର ସଫେଇ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଚାରିଆଡେ ଆବର୍ଜନା ପଡିରହିଥିବାବେଳେ ହସ୍ପିଟାଲ ପରିସର ଦୁର୍ବନ୍ଧରେ ଫାଟି ପଡୁଛି ।

ସଫେଇ କର୍ମଚାରୀମାନେ ଜିଦ୍‌ରେ ଅଟଳ ଥିବାରୁ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍‌ ହୋଇପଡିଛି। ଏନେଇ ନିର୍ଦ୍ଦେଶକ କହିଛନ୍ତି, ‘‘କାର୍ଯ୍ୟରେ ଅବହେଳା କରାଯାଉଛି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ସହିତ ଆଉଟସୋର୍ସ କମ୍ପାନୀର ଅଧିକାରୀଙ୍କୁ ସଫେଇ କର୍ମଚାରୀଙ୍କ ଧାରଣା ନେଇ ଅବଗତ କରାଯାଇଛି।’’ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଅନୁରୋଧ କରିଛନ୍ତି । ସେପଟେ କର୍ମଚାରୀ ମାନେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି।

nis-ad
Leave A Reply

Your email address will not be published.