ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା: ଡିଏଫଓଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକ

କଳାହାଣ୍ଡି : ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସ୍ଥାନୀୟ DFOଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୟ ତଦନ୍ତ ଆରମ୍ଭ କରିଛି ବନବିଭାଗ । ମାମଲାର ତଦନ୍ତ ଦୟିତ୍ବ ଜଣେ ସିସିଏଫ୍ ରାଙ୍କ ଅଧିକାରୀଙ୍କୁ ଦିଆଯାଇଛି। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାଏକଙ୍କ ଜୀବନ ହାରିବା ଘଟଣା ପାଇଁ ଡିଏଫଓଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ମୃତଦେହ ପାଖରୁ ଏକ ସୁଇସାଇଡ ନୋଟରେ ଡିଏଫଓ ତାଙ୍କୁ ପିସି ମାଗି ନିର୍ଯାତନା ଦେଉଥିବା ଯୋଗୁଁ ଜୀବନ ହାରିଥିବା ଦର୍ଶାଇଛନ୍ତି । ଏହାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ୧୦ ଲକ୍ଷର ପିସି ଦାବି ସହ ଡିଏଫଓ ମାନସିକ ନିର୍ଯାତନା ଦେଉଥିବା ନେଇ ଫରେଷ୍ଟରଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଏଵେ ଏହି ଘଟଣାରେ ଫରେଷ୍ଟରଙ୍କ ଭାଇ ଡିଏଫଓଙ୍କ ନାଁରେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ଦୋଷୀ ଥିବା ନେଇ ତଦନ୍ତରୁ ଜଣାପଡିଲେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ସେପଟେ ଫେରାର ଅଛନ୍ତି ରାୟଗଡ଼ DFO ।  ତାଙ୍କ ବୟାନ ରେକର୍ଡ କରିବା ପାଇଁ କଳାହାଣ୍ଡି ଏସପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନୋଟିସ ଦିଆଯାଇଥିଲା ।  ମାତ୍ର DFO ଆସିଲେ ନାହିଁ ।  ଗତ ୧୮ ତାରିଖରେ ଜାରିଂ ହାଇଟେକ ନର୍ସରର ସେଲଭି କଲଚର ରିସର୍ଚ୍ଚ ୱିଙ୍ଗ ଦାୟିତ୍ବରେ ଥିବା ସଞ୍ଜୟ ନାଏକ ତାଙ୍କ ବାସଭବନରେ ଜୀବନ ହାରିଥିଲେ ।

nis-ad
Leave A Reply

Your email address will not be published.