ମୃଦୁ ପାନୀୟ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ଭାସୁଛି ପୋକ

ହିଞ୍ଜିଳିକାଟୁ ୨୦।୧୦ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ରେ ମୃଦୁ ପାନୀୟ ଜଳ ବୋତଲ ଓ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ଭାସୁଛି ପୋକ। ହିଞ୍ଜିଳିକାଟୁ ସହରର କେଉଟ ସାହିରେ ଗୋଟିଏ ଗ୍ରସରି ଦକାନରେ ଦେଖିବାକୁ ମିଳିଛି ଏପରି ଘଟଣା lବଜାରରେ ମେଲିଛି ଜହର ପସରା: ପ୍ରଶାସନ ନୀରବଦ୍ରଷ୍ଟା ଅଭିଯୋଗ ।ରାସ୍ତା କଡ଼ରେ ଉଠା ଦୋକାନ ସହିତ ନାଳ ଉପର ଚାଲିଛି ଶହଶହ ଦୋକାନ। ବିନା ଫୁଡ୍ ଲାଇସେନ୍ସ ବା ପଞ୍ଜିକରଣରେ ଏହି ବେପାର ଚାଲିଥିବା ବେଳେ ଅଚିନ୍ତା ନିଦରେ ଶୋଇରହିଛି ପ୍ରସାଶନ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ନିମ୍ନ ମାନର ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛି ସ୍ବାସ୍ଥ୍ୟ ବିଭାଗ। ଅବାଧରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ନିୟମିତ ଚଢ଼ାଉ କରାଯାଇ ଖାଦ୍ୟ ଯାଞ୍ଚ ସହିତ କଠୋର ଦଣ୍ଡ ବିଧାନ ନିୟମ ରହିଛି ମାତ୍ର ଏହା ସଠିକ୍ ରୁପେ ପରିଚାଳନା ହେଉନାହିଁ। ସହରକୁ ଚିକିତ୍ସା ପାଇଁ ହସ୍ପିଟାଲ, ପାଠ ପଢିବା ପାଇଁ ମହାବିଦ୍ୟାଳୟ , ବିଭିନ୍ନ ଅଫିସ କାମରେ ହଜାର ହଜାର ଲୋକ ପ୍ରତିଦିନ ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୋଟ ଦୋକାନ ଉପରେ ନିର୍ଭର କରିଥାନ୍ତି। ଏପରି ସ୍ଥଳେ ଖାଦ୍ୟ ଯାଞ୍ଚ କାରୀ ଦଳ ନିଷ୍କ୍ରିୟ ପାଲଟିବା ଅତ୍ୟନ୍ତ କ୍ଷୋଭର ବିଷୟ ହୋଇଛି । ସହରରେ ବର୍ତ୍ତମାନ ଯେଉଁ ଭଳି ଭାବରେ ଅବାଧ ଖାଦ୍ୟ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି ଯଦି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅନେକ ସଚେତନ ମହଲରୁ ବି ପ୍ରଶ୍ନ ଉଠିଲାଣି । ଏପରିକି ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ସାମଗ୍ରୀ ବାସି କି ତାଜା ତାହା ମଧ୍ୟ ସଠିକ୍ ଭାବେ କହିହେବନି । ଏହି ପ୍ରକାର ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କେହି ଖାଦ୍ୟ ସୁରକ୍ଷା ଅଧିକାରୀ ନ ଥିବେ ବୋଲି ମନେ କରୁଥିବା ସାଧାରଣ ରେ ମତ ପ୍ରକାଶ ପାଇଛି। ଏହାର ଫାଇଦା ଅସାଧୁ ବ୍ୟବସାୟ ଉଠାଉଛନ୍ତି। ସୁରକ୍ଷା ଆଇନ୍ ୨୦୦୬ ଅନୁସାରେ ସୁରକ୍ଷା ଅଧିକାରୀ ୧୫ ଦିନ ବ୍ୟବଧାନରେ ଖାଦ୍ୟ ଯାଞ୍ଚ ସକାଶେ ନିୟମ ରହିଛି। ହେଲେ ହିଞ୍ଜିଳିକାଟୁ ସହରରେ ସୁରକ୍ଷା ଅଧିକାରୀଙ୍କୁ ଦେଖିବାକୁ ମିଳେ ନାହିଁ। ଫଳରେ ଆସାଧୁ ବ୍ୟବସାୟିକଙ୍କୁ ବେଶ୍ ମଉକା ମିଳୁଛି। ଅଧିକାଂଶ ରେଷ୍ଟୁରାଣ୍ଟ, ଉଠା ଦୋକାନୀ, ଠେଲା ହୋଟେଲରେ ଅତି ନିମ୍ନମାନର ଖାଦ୍ୟ ବିକ୍ରୀ ହେଉଥିବା ସହ ବିଭିନ୍ନ ନିମ୍ନମାନର କଲର ଦେଇ ଆଖିଦୃଶିଆ କୋଲ୍ଡଡ୍ରିଙ୍କ ଓ ପ୍ଲାଷ୍ଟିକ ବୋତଲରେ ବାଟି ସୋଡା ସାହି ଗଳି କନ୍ଦିରେ ବିକୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । କେଉ ମିଠା କେତେ ଦିନ ରହିପାରିବ ସେ ନେଇ ସୂଚନା ଦେବାକୁ ମିଠା ଉପରେ ଲେବଲ୍ ମାରିବାର ନିୟମ ରହିଛି । ହିଞ୍ଜିଳିକାଟୁ ସହରର କୈାଣସି ମିଠା ଦୋକାନୀଙ୍କ ଠାରେ ଏହା ଦେଖିବାକୁ ମିଳେନାହିଁ । ସହରରେ ନକଲି ଜିନିଷ ବ୍ୟବହାର କରିବା ଭୟଙ୍କର କଥା ଅଟେ। କମ୍ ଖର୍ଚ୍ଚରେ ଅଧିକ ଲାଭ ଆଶାରେ ଅନେକ ବ୍ୟବସାୟୀ ନିମ୍ନ ମାନର ତେଲ ଘିଅ, ମସଲା, କ୍ଷୀର, ସସ୍, ଦହି, ରଙ୍ଗ, ପନିପରିବା, ତେଜରାତି ସାମଗ୍ରୀ ସହମୃଦୁ ପାନୀୟରେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରୁଛନ୍ତି । ଏହି ଅସାଧୁ ବ୍ୟବସାୟୀ ମାନଙ୍କୁ ସେମାନଙ୍କ ଚାହିଦା ମୁତାବକ ସାମଗ୍ରୀ ଯୋଗାଇବା ପାଇଁ ଆଉ କେତେକ ଦଲାଲମାନେ ବି ବେଶ୍ ସକ୍ରିୟ ହୋଇ ଉଠିବା ବିପଦର କାରଣ ପାଲଟିଛି । ଏପରିକି ଅଣ ବ୍ରାଣ୍ଡ ମୃଦ୍ଯୁ ପାନୀୟ , ନକଲି ସୋଡ଼ା ଓ ପିଇବା ପାଣି ବହୁଳ ମାତ୍ରାରେ ବିକ୍ରୀ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।ହିଞ୍ଜିଳିକାଟୁ ପୌରପରିଷଦ କେଉଟ ସାହିରେ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ପୋକ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିବାସହ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପ୍ରସାଶନ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

nis-ad
Leave A Reply

Your email address will not be published.