ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବସଷ୍ଟାଣ୍ଡ ଠାରେ ଥିବା ମାଁ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଟିକାବାଲି ତରଫରୁ ବ୍ଳକ ସ୍ତରିୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ହୋଇଯାଇଛି ଏହି ମେଳାରେ ଉଦ୍ୟାନ ବିଭାଗ, କୃଷି ବିଭାଗ, ପଶୁ ଚିକିତ୍ସାଳୟ ବିଭାଗ, ପ୍ରାଣୀଧନ ଚିକିତ୍ସାଳୟ ଦ୍ୱାରା ଷ୍ଟଲ୍ ପ୍ରଦର୍ଶନ ହୋଇ ଥିଲା ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଓ ଚାଷୀ ସହ ମେଳା ରେ ୬ ଜଣ ବୈଜ୍ଞାନିକ ଥିଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲିପ୍ କହଁର ଏବଂ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ଥିବା ବେଳେ ସାଂସଦ ପ୍ରତିନିଧି ଅନିଲ ପ୍ରଧାନ, ପୂର୍ବତନ ବିଧାୟିକା ଶ୍ରୀମତି ଅଜୟୀନ୍ତୀ ପ୍ରଧାନ ସି,ଡି,ଭି,ଓ ଡଃ ସଞ୍ଜିବ କୁମାର ପଟେଲ୍,ଏସ୍,ଡି,ଭି, ଓ ଲମ୍ବୋଦର ମହାପାତ୍ର ଏବଂ ଏଗାର ଗୋଟି ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ବରଗଡ଼ ଏ,ଡି,ଭି, ଓ ଡଃ ଶୁଶାନ୍ତ ନାୟକ ଡଃ ଆୟୁଷମାନ୍ ସାହୁ ଭି,ବି, ଏସ୍ ପାବୁରିଆ ଅତି ସୁନ୍ଦର ଭାବରେ ମଞ୍ଚା ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା ଟିକାବାଲି ଡଃ ସେକ୍ ଜବିର୍ ଅଲ୍ଲୀ ଭେଟ୍ ନାରି ଅଧିକାରୀ ସ୍ବାଗତ ଭାଷଣ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମରେ ଶଙ୍କର୍ଷଣ ମିଶ୍ର,ଧିରେନ୍ ପ୍ରଧାନ, ଶ୍ରୀମତି ଝିଲି ସାହୁ, କୁମାରୀ ସୁଭସ୍ମିତା ବେହେରା, ସୌମ୍ୟ ରଞ୍ଜନ ପ୍ରଧାନ, ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସଫଳ ଚାଷୀ ଭାବରେ ଦୁଇ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଓ ଆଠ ଜଣ ବ୍ୟକ୍ତି ଗତ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ଡଃ ଲମ୍ବୋଦର ମହାପାତ୍ର ଏସ୍,ଡି,ଭି, ଓ ବାଲିଗୁଡା ଧନ୍ୟବାଦ ଦେଇ ସଭା ଟିକୁ ସମାପ୍ତ କରିବାସହ ଏହି ସଭା ମଧ୍ୟରେ ଦୁଇସହ ଅଧିକ ଚାଷୀ ଅନ୍ତର୍ଭୁକ୍ତ ଥିବାର ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.