ସଧବା ପାଉଛି ବିଧବାଭତ୍ତା..! :ବିଧବା ମହିଳାଙ୍କୁ ଭତ୍ତା ଏଠାରେ ସାତସପନ…

ଉମରକୋଟ /ଝରୀଗାଁ : ଗରିବ ବିଧବା ମହିଳାଙ୍କୁ ରାଜ୍ୟ ସରକାର ସହାୟତା ପାଇଁ ବିଧବା ଭତ୍ତା ପ୍ରଦାନ ଓଡ଼ିଶାର ସବୁ ଜ଼ିଲ୍ଲାରେ ପ୍ରୋଗତିରେ ଥିବାବେଳେ, ଏମିତି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି ଯୋଉଁଥିରେ ଜଙ୍ଗଳ ଘେରା ପରିବେଶରେ ମୂଳ ନିବାସୀ ଜନ ଜାତି ବସବାସ କରି ଆସୁଛନ୍ତି। ସେମାନଙ୍କର ଦୁଃଖ କହିଲେ କୌଣସି ବଡ଼ ବଡ଼ିଆ ବାବୁ ମାନେ ଶୁଣୁନାହାନ୍ତି ନାହାନ୍ତି। ପାଞ୍ଚ ବର୍ଷରେ ଭୋଟ ହାତେଇବା ପାଇଁ ସବୁ ଦଳର ସୁଅ ଛୁଟି ଚାଲେ ଏହି ସବୁ ଜଙ୍ଗଳ ବେଷ୍ଟିତ ମୂଳବାସୀଙ୍କ ପାଖରେ ଏବଂ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପରେ ଦେଖା ମିଳେ ନାହିଁ ନିର୍ବାଚନ ଜିତିଥିବା ଜନ ପ୍ରତିନିଧି ଙ୍କ ।ଏହିପରି ଏକ ବ୍ଲକ ଉମରକୋଟ ସବଡ଼ିଭିଜନର ଝରୀଗାଁ। ଏହି ବ୍ଲକର ଏମିତି ଅନେକ ଗ୍ରାମ ଅଛି ସେଠାରେ ବହୁତ ବିଧବା ମହିଳା ଅଛନ୍ତି ଯୋଉଁମାନେ ବ୍ଲକ ପ୍ରଶାସନ ଓ ସରପଞ୍ଚ ପାଖରେ ଦୌଡ଼ି ଦୌଡ଼ି ଗୁହାରି ନିବେଦନ କରି ଗୋଡ଼ର ଜୁତା ଛିଣ୍ଡିବା ସହିତ ଗୋଡ଼ରେ ଘା ହେଇଗଲା କିନ୍ତୁ ଆଜି ଯାଏ ବିଧବା ଭତ୍ତା ଖଣ୍ଡେ ପାଇଁବାରୁ ବଞ୍ଚିତ ରହିଛନ୍ତି ଆସ ମାଝୀ।ଝରୀଗାଁ ବ୍ଲକ କାଣାକୋଟ ପଞ୍ଚାୟତର ନିରୁଣ୍ଡି ଗ୍ରାମରେ ଥିବା ଆସ ମାଝୀ,ସ୍ୱାମୀର ମୃତ୍ୟୁ ବିତିଯାଇଥିଲେ ସୁଦ୍ଧା ବିଧବା ଭତ୍ତା ଟିଏ ପାଇବାରୁ ବଞ୍ଚିତ ଅଛନ୍ତି।ଏହାର କାରଣ କଣ ପଚାରିଲେ କେହି କହି ପାରନ୍ତି ନାହିଁ।ପ୍ରଶାସନର ଅବହେଳା କୁହାଯିବ ନା ବିଧବା ମହିଳା ମାନଙ୍କ ଭାଗ୍ୟ ଖରାପ କୁହାଯିବ କହି ସ୍ଥାନୀୟ କୁରୁଣ୍ଡି ଗ୍ରାମବାସୀ ଓ କାଣାକୋଟ ପଞ୍ଚାଏତବାସୀ ସହ ଆଖ ପାଖ ଅଞ୍ଚଳର ବୁଦ୍ଧିଜୀବୀ ମହଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖ ଥାଉ ଏହି କାଣାକୋଟ ପଞ୍ଚାୟତରେ ଏମିତି ସବୁ ବିଧବା ମହିଳା ଅଛନ୍ତି ସ୍ୱାମୀ ମରିବା ପରେ କାହାର ଦୁଇ, ତିନି, ପାଞ୍ଚ, ଦଶ ଓ ବାର(୧୨)ବର୍ଷ ବିତିଗଲାନି କିନ୍ତୁ ଏହି ନିରୀହ ନିଷ୍ପେସିତ ସରଳ ଆଦିବାସୀଙ୍କ ଉପରେ ବଡ଼ ବଡ଼ିଆ ସରକାରୀ ବାବୁ ମାନଙ୍କ ନଜର ପଡ଼ିବ କେବେ ? I ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲାର ଅନେକ ବ୍ଲକ ରେ ଏହି ପରି ଦୁର୍ନୀତି ଦେଖିବାକୁ ମିଳିଛି ଏଠାରେ ସଧବା ବି ପାଉଛି ବିଧବା ଭତ୍ତା କିନ୍ତୁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ l ଅତି ଚଞ୍ଚକତା କରି ସରକାର ଙ୍କ ଯୋଜନା କୁ ବାଟ ମାରଣା କରୁଛନ୍ତି ସରକାରୀ ବାବୁ ମାନେ ଯାହାକି ଅନୁସନ୍ଧାନ ସାଫେକ୍ଷ l କେବଳ ବିଧବା ଭତ୍ତା ନୁହେଁ ପ୍ରଧାନମନ୍ତ୍ରୀ ଆବଶଯୋଜନା ମଧ୍ୟ ଏଠାରେ ବାଟ ମାରଣା କହିବାକୁ ଗଲେ ଜିଲ୍ଲାରେ ଯୋଜନା ର ନା ବାଟ ମାରଣା କହିଲେ କିଛିବି ଭୁଲ ହେବ ନାହିଁ l ଆମ ପ୍ରତିନିଧି ଙ୍କୁ ଅତି ଦୁଃଖ, ବେଦଣା ଓ ବିହୋବ୍ବଲ ହୋଇ ପ୍ରକାଶ କରିଛନ୍ତି କୁରୁଣ୍ଡି ଗ୍ରାମର କିଛି ବିଧବା ମହିଳାମାନେ। ଏହି ନିଃସହାୟ , ନିରୁପାୟ ମୂଳନୀବାସୀ ବିଧବା ମହିଳାଙ୍କ ପ୍ରତି ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ବିଧବା ଭତ୍ତାଟିଏ ଯେ ପରି ପାଇପାରିବେ ତାହାର ସୁବ୍ୟବସ୍ଥା କରିବା ପାଇଁ କାଣାକୋଟ ପଞ୍ଚାୟତବାସୀ ଓ ଝରୀଗାଁ ବ୍ଲକର ଜ୍ଞାନୀ ଗୁଣି, ବୁଦ୍ଧିଜୀବୀ ଏବଂ ଜନ ସାଧାରଣ ଦାବି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାର ପରେ ଜ଼ିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ବିଧବା ମହିଳା ମାନେ, ବିଧବା ଭତ୍ତା ଯେପରି ପାଇ ପାରିବେ ତାହାର ପାଇଁ କଣ ପଦକ୍ଷେପ ନେଉଛନ୍ତି ତାହା ସମୟ ସାଫେକ୍ଷ…

nis-ad
Leave A Reply

Your email address will not be published.