ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ ୨୬/୧୧ : ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏବିଡିଓ ଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୯ଦଫା ସମ୍ବଳିତଦାବିପତ୍ର ପ୍ରଦାନ କରାଯାଇଅଛି |
ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ଚିକିତ୍ସା ଭତ୍ତା ଏବଂ ଏବେ ୮୦ ବର୍ଷ ପରେ ମିଳୁଥିବା ୨୦% ଅଧିକ ପେନ୍‌ସନ ବଦଳରେ ଏହା ୬୫,୭୦,୭୫ ଓ ୮୦ ବର୍ଷରେ ୫% ଲେଖାଏଁ ଦେବାକୁ ମୂଳ ଦାବୀ ରଖାଯାଇଛି। ଏଥିସହ ରାଜ୍ୟ ସରକାର ବନ୍ଦ କରିଥିବା ପେନସନ ବିଭାଗର ପୁନଃ ପ୍ରଚଳନ,ନୂତନ ପେନସନ ପ୍ରଥା ଉଚ୍ଛେଦ ପରି ୯ ଦଫା ଦାବିରେ ବିମ୍ବାଧର ସାହୁ, ଅଶୋକ କୁମାର ପାଠୀ, ପୁରୁଷୋତ୍ତମ ସାହୁ, ଗନ୍ତାୟତ ପରିଡା, ରମେଶ ଚନ୍ଦ୍ର ଚୌଧୁରୀ,ହରିହର ପଣ୍ଡା,ସହଶ୍ରନାମ ପାଠୀ, ଚନ୍ଦ୍ରଭାନୁ ସାବତ, ପ୍ରଭାକର ସାବତ, ହରିହର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.