ଆମ୍ ଆଦମୀ ପାର୍ଟିର ତ୍ରୟୋଦଶତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆମ ଆଦମି ପାର୍ଟିର ତ୍ରୟୋଦଶ ତମ ପ୍ରତିଷ୍ଠା ଦିବସ ତଥା ସମ୍ବିଧାନର ୭୫ ତମ ବର୍ଷ ଦିବସ ଆପ ପକ୍ଷରୁ ଜିଲ୍ଲା ସଭାପତି ଜାର୍ବସ ଦିଗାଲଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଏହି ଅବସରରେ “କନ୍ଧମାଳ ଜିଲ୍ଲା ଅନୁନ୍ନତର କାରଣ କଣ ? ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଏଥି ସହିତ କନ୍ଧମାଳ ଜିଲ୍ଲାରେ ଟାଟା ପାୱାର କମ୍ପାନୀ ଦ୍ବାରା ଲଗାଇବାକୁ ଯାଉଥିବା ସ୍ମାର୍ଟ ମିଟର ବନ୍ଦ କରିବା ଓ ଜିଲ୍ଲାର ଜନହିତକର କାର୍ଯ୍ୟ ଅନୁଧ୍ୟାନ କରି ଆସୁ ପ୍ରତିକାର ମୂଳକ ପଦକ୍ଷେପ ନେବା ନିମନ୍ତେ ଏକ ୧୨ ଦଫା ସମ୍ବଳିତ ଏକ ସ୍ମାରକପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଥିଲା l ଏଥିରେ ଉଲ୍ଲେଖ ରହିଛି ଯେ କନ୍ଧମାଳ ଏକ ପାହାଡ, ନଦୀ, ନାଳ ଘେରା ଅବହେଳିତ ଅନୁନ୍ନ‌ତ ଜିଲ୍ଲା ଭାବେ ପରିଚିତ ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ବି ମୋବାଇଲ ଟାୱାର ନାହିଁ । ଏହି ପରିପ୍ରେକ୍ଷୀରେ ବିଜୁଳି ଶକ୍ତି ବିତରଣ ପାଇଁ ଯଦି ସ୍ମାର୍ଟ ମିଟର ବସାଇ ଦିଆଯାଏ, ତାହା ହେଲେ ଜନସାଧାରଣ ଅକଥନୀୟ ଯନ୍ତ୍ରଣା ଭୋଗିବେ, ଛାତ୍ର, ଛାତ୍ରୀ, ମେଡିକାଲ କେସ, କୃଷି କ୍ଷେତ୍ର ଇତ୍ୟାଦିରେ ସମ ସମସ୍ୟା ଉପୁଜିବ, ମୋବାଇଲ ନେଟ ନଥିବା ଯୋଗୁଁ ଲୋକେ ସ୍ମାର୍ଟ ମିଟରରେ ପଇସା ରିଚାର୍ଜ କରିପାରିବେ ନାହିଁ, ଯାହାଦ୍ୱାରା ପାୱାର ତତକ୍ଷଣାତ କଟିଯିବ । ଆଗରୁ ଉପଭୋକ୍ତା ସେକ୍ୟୁରିଟ ଡିପୋଜିଟ ଦେଇ ମିଟର ବକ୍ସ ଲଗାଇଛନ୍ତି, ବର୍ତ୍ତମାନ ପୁଣି ଆଉ ଥରେ ମିଟର ବସାଇବେ,ଏହା ଦ୍ବାରା ଲୋକ ଶ୍ଵସଣର ଶିକାର ହେବେ । ଜିଲ୍ଲାରେ ବାରଂ ବାରଂ ବିଜୁଳି କାଟ୍ ହେଉଛି ।ଏହା ବ୍ୟତୀତ ମିଟର ବକ୍ସ ଖରାପ ଦେଖାଇ ମନ ଇଚ୍ଛା ପେନାଲ୍ଟି ଓ ଚାର୍ଜ ପଳାଉଛନ୍ତି । ଏହାର ପ୍ରତିକାର ନିହାତି ଆବଶ୍ୟକ । ଅନେକ ସମୟରେ ପାୱାର ଲୋ ଭୋଲ୍ଟେଜ ରହିଥାଏ ଏହାଦ୍ଵାରା କମ୍ପ୍ୟୁଟର, ପ୍ରୀଜ, ପାଣି ମୋଟର, ଇତ୍ୟାଦି ଚାଲିନଥାଏ । ଇଲେକ୍ଟ୍ରି ପାୱାର ଚାର୍ଜ ନେବା ମୁତାବକ ସେବା ପ୍ରଦାନ କରାଯାଉନାହିଁ । ଓଡିଶା ରାଜ୍ୟରେ ବିଜୁଳି ଶକ୍ତି ଉତ୍ପନ ହୋଇ ବାହାର ରାଜ୍ୟ କୁ ବିକ୍ରି କରାଯାଏ ଦିଲ୍ଲୀ, ପଞ୍ଜାବ ରାଜ୍ୟ ବାହାରୁ ବିଜୁଳି କିଣି ଏତେ ମାତ୍ରାରେ ହଇରାଣ ହେବାକୁ ପଡୁନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଆପ ପକ୍ଷରୁ କୁହାଯାଇଛି l ସେହି ପରି ବର୍ତ୍ତମାନ ଦାୟିତ୍ବରେ ଥିବା ସରକାର ନିଜେ ନିର୍ବାଚନ ପ୍ରଚାରରେ ପ୍ରତିଶ୍ରୁତି ଦେଇଥିବା ପ୍ରକାରେ ସାରା ଦେଶରେ ୩୦୦ ଇଉନିଟି ପର୍ଯ୍ୟନ୍ତ ବିଜୁଳି ଫ୍ରି କରନ୍ତୁ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଦାରଖ ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ରୀତିମତ ହେଉନଥିବା ହେତୁ ନିକଟରେ ଆମ୍ବଟାକୁଆ ମୃତ୍ୟୁ ତଥା ତତଜନିତ ଅଶୁସ୍ଥ ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଠାରେ ଘଟିଛି । ସମ୍ପୃକ୍ତ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ତଥା ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ସରକାରୀ ପ୍ରଶାସନଙ୍କୁ ଆପ ପକ୍ଷରୁ ଅନୁରୋଧ କରାଯାଇଛି । ଆମ୍ବଟାକୁଆ ମୃତ୍ୟୁ ସମ୍ପର୍କୀୟ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉ । ଆକ୍ରାନ୍ତ ମାନଙ୍କର ଆରୋଗ୍ୟ ନିମନ୍ତେ ସମସ୍ତ ମେଡିକାଲ ଖର୍ଜ ସରକାର ବହନ କରନ୍ତୁ l ଖାଦ୍ୟ ସାମଗ୍ରୀ ବିତରଣକାରି ତଥା ଦୋକନି ମାନଙ୍କର ଲାଇସେନ୍ସ ତଦାରଖ କରି ଖାଦ୍ୟର ମାନ ତଥା ମୂଲ୍ୟ ନିରୂପଣ କରି ପ୍ରତ୍ୟେକ ଦୋକାନରେ ତାହାର ତାଲିକା ମରାଯାଉ । ଖାଦ୍ୟ ଅପମିଶ୍ରଣ ଉପରେ ଗୁରୁତ୍ବ ଦେଇ ତାର ପ୍ରତିକାର ମୂଳକ ପଦକ୍ଷେପ ନିଆଯାଉ ମାପ ଓ ଓଜନ ସଠିକ ବିତରଣ ନିମନ୍ତେ ବିଭାଗୀୟ ପ୍ରଶାସନ ଜିଲ୍ଲାର ଦାୟିତ୍ଵରେ ଥିବା କର୍ମଚାରୀମାନଙ୍କୁ ମୃତୟନ କରାଯାଉ । ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନଙ୍କୁ ମାଛ, ମାଂସ, ଅଣ୍ଡା ଇତ୍ୟାଦି, ସଜ, ତଟକା ତଥା ଉଚିତ ମୂଲ୍ୟରେ ବିକ୍ରୟ ପାଇଁ ଅନୁମତି ଦିଆଯାଉ ଏହା ଉପରେ ବିଭାଗୀୟ କର୍ମଚାରୀ ମାନଙ୍କର ତଦାରଖ ଓ ସୁରକ୍ଷ୍ୟା ଉପରେ ପଦକ୍ଷେପ ନେବାର ଦୃଷ୍ଟି ଗୋଚର କରାଯାଉ । ଜିଲ୍ଲା ର ମାପ ଓ ଓଜନ କାର୍ଯ୍ୟାୟାଳୟ ପ୍ରାୟ ସବୁ ବେଳେ ବନ୍ଦ ରହୁଛି ତାହାର ସଠିକ ଭାବରେ କାର୍ଯ୍ୟକ୍ଷମ ଓ ସୁପରିଚାଳନ। ଉପରେ ଗୁରୁତ୍ବ ଦେଲେ ଲୋକ ଉପକୃତ ହୁଅନ୍ତେ ।
କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ୟାଙ୍କ ଗୁଡିକରେ ଉପଭୋକ୍ତା ମାନଙ୍କର ଅହେତୁକ ଗହଳି ଗ୍ରାମାଞ୍ଚଳରୁ ଲୋକେ ସକାଳ ୬ ଟା ରେ ଆସି ଲାଇନରେ ଛିଡା ହୋଇଥାନ୍ତି ବ୍ୟାଙ୍କ କାଉଣ୍ଟର ରେ ପହଞ୍ଚିଲା ବେଳକୁ ଉପରବେଳା ୩/୪ ଟା ହୋଇଥାଏ ସେଥିରେ ପୁଣି ବ୍ୟାଙ୍କ କର୍ମଚାରୀଙ୍କ ରୁକ୍ଷ ବ୍ଯବହାର କାହାର ତ KYC ହେଇନି ବା ମିନି ବ୍ୟାଙ୍କ ରେ ଖାତା ଖୋଲା ହେଇଛି ଆକ୍ଟିଭ ହେଇନି ଆଜି ହେବନି ଇତ୍ୟାଦି କୁହାଯାଇ ସେବାରୁ ନିବୃତ କରାଯାଏ । ବ୍ୟାଙ୍କ ରେ କର୍ମଚାରୀ ଓ କାଉଣ୍ଟର ବହୁତ କମ ଥାଏ, ପ୍ରାୟ ଅଧିକାଂଶ ଏଟିଏମ ଗୁଡିକରେ ଟଙ୍କା ରହିନଥାଏ । ମହିଳା ଉପଭୋକ୍ତା ପିଲା ଛୁଆ ଧରି ବହୁତ ହଇରାଣ ହୋଇଥାନ୍ତି । ଏହା ଉପରେ ସଠିକ ତର୍ଜମା କରି ଲୋକଙ୍କୁ ଉଚିତ ସେବା ଦେବାର ବ୍ୟବସ୍ଥା କରାଯାଉ । ବ୍ୟାଙ୍କ ସେବା ସମସ୍ତଙ୍କ ପାଇଁ ଜରୁରୀ ଅଟେ ଗ୍ରାମାଞ୍ଚଳ ରେ ଲୋକ ବହୁତ ହଇରାଣ ହୁଅନ୍ତି ଏଥିପ୍ରତି ଧ୍ୟାନ ଦେଈ ସୁବ୍ୟବସ୍ତା କରିବା ପାଇଁ ପଦକ୍ଷେପ ନେବାକୁ ଆପ ଦାବୀ କରିଛି ।
ଜିଲ୍ଲା ର ବିଭିନ୍ନ ଜନ ଗହଳି ପୂର୍ଣ ସହର ବା ସ୍ଥାନ ମାନଙ୍କରେ ବିଭିନ୍ନ କାରଣରୁ ରାସ୍ତା ଜାମ ହୋଇଥାଏ, ଯାହାରି ଫଳରେ ଦୁର୍ଘଟଣା ଘଟୁଛି ତାହାର ପ୍ରତିକାର ଓ ସୁବ୍ୟବସ୍ଥା କରିବା ସାରା ରାଜ୍ୟ ରେ କନ୍ଧମାଳର ଦାଦନ ସଂଖ୍ୟା ଅଧିକ ପ୍ରାୟ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି l ରେସନ କାର୍ଡରେ ଆଧାର ଲିଙ୍କ ନହେଲେ କାର୍ଜ୍ୟକ୍ଷ୍ୟମ ହେବନାହିଁ ବୋଲି ନିର୍ଦେଶ ଅଛି, ଏଣୁ କନ୍ଧମାଳ ଜିଲ୍ଲା ବାସିଙ୍କ ପାଇଁ ବୀନା ଆଧାର ଲିଙ୍କରେ ଅତିକମ ସେ ଏକ ବର୍ଷ ପାଇଁ ରେସନ କାର୍ଡ କାର୍ଯ୍ୟକ୍ଷମ କଲେ ଲୋକେ ଉପକାର ପାଇଥାନ୍ତେ ବୋଲି ଆପ ଦାବୀ କରିଛି l ଅନ୍ୟ ମାନଙ୍କ୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଆପ ର ରମେଶ ନାୟକ ଯୋଗ ଦେଇଥିଲେ ଜିଲ୍ଲା ସଭାପତି ଜାର୍ବସ ଦିଗାଲ ସମ୍ପାଦକ ଗିରିଶ ପଟ୍ଟନାୟକ ଆସଜ୍ ସିଂହ ରାକେଶ ରାଉତ ଉମେଶ ପାତ୍ର ମନୋଜ ଚୌଧୁରୀ ମଣି ଭାଇ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.