ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ, ଚାରିଆଡେ ଗଦା ହୋଇଛି କୁଢ କୁଢ ଆବର୍ଜନା : ସ୍ବଚ୍ଛତା ନା ରେ ଚାଲିଛି ହରଲୁଟ…

ହିଞ୍ଜିଳିକାଟୁ ୨୭!୯ ସରକାରୀ ନିର୍ଦ୍ଦେଶାନାମା ପ୍ରକାରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ର ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ମୁନିସିପାଲଟୀ ସହ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ହେଲେ କିଛି ସ୍ଥାନରେ ଅଳିଆ ଆବର୍ଜନା ସଫା କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଖାଲି ଫଟୋ ଉଠାଇ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କରାଯାଇଥିଲା । ସ୍ବଚ୍ଛତା ପାଇଁ ସରକାର ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍ବଚ୍ଛତା କରାନଯାଇ ଖାଲି କାଗଜ କଲମ ଓ ଫଟୋ ରେ ସ୍ବଚ୍ଛତା ପ୍ରଦର୍ଶନ ହେଉଛି । କିନ୍ତୁ ବାସ୍ତବରେ କିଛି ହେଉ ନାହିଁ । ଏହାର ଏକ ଉଦାହରଣ ହେଉଛି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିଶନକାଫେ ନିକଟ ଆହାର କେନ୍ଦ୍ର ଭାଗ ପରିବା ବଜାର ହାଟ ନିକଟରେ। ପ୍ୟୈରପରିଷଦ ତରଫରୁ ୨୨, ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯନ୍ତବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସରରେ ଗତ୨୫ ତାରିଖରେ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ବିଜୁପଟ୍ଟନାୟକ ଛକ ଦେଈ ପୁଣି ମିନି ଷ୍ଟାଡିୟମ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା । ହେଲେ ଖାଲି ଫଟୋ ଉଠାଇ କାର୍ଯ୍ୟକ୍ରମ କୁ ସମାପ୍ତ କରାଗଲା ।ମୁନିସିପାଲଟି ଠାରୁ ମାତ୍ର ଏକ ଶହ ମିଟର ଦୂର ତଥା ଜାତୀୟ ରାଜପଥ କଡ ପରିବା ବଜାରରେ ଆବର୍ଜନା ଗଦା ଗଦା ହୋଇ ପଡ଼ି ରହିଥିଲେ ସୁଦ୍ଧା ତାହାକୁ ସଫା କରାଗଲା ନାହିଁ । ଆଗକୁ ଦଶହରା ସେହି ସ୍ଥାନରେ ବ୍ୟବସାୟୀମାନେ ମାଁ ଦୂର୍ଗା ଙ୍କ ପୂଜା କମିଟି ତରଫରୁ ଅନୁଷ୍ଠିତ ହେବ।ଉକ୍ତ ଅଳିଆ ଗଦା ପାଖରେ , ବସଷ୍ଟାଣ୍ଡ,ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର ରହିଥ‌ିବା ବେଳେ ପ୍ରତି ଦିନ ଗର୍ଭବତୀ, ପ୍ରସୂତି ଓ ରୋଗୀ,କୁନି କୁନି ଛୁଆଙ୍କ ସହ ଯାତ୍ରୀ ମାନେ ଆସିଥାନ୍ତି । ହେଲେ ଅଳିଆ ଗଦା ହୋଇ ରହିଥ‌ିବା ଯୋଗୁଁ ସେଠାରେ ଘୁଷୁରୀଙ୍କ ପ୍ରାଦୃଭାବ ବଢିବା ସହ ମଶା ବଂଶ ବୃଦ୍ଧି ପାଉଛି । ଯାହାରି ଫଳରେ ରାତି ହେଉ ଅବା ଦିନ ମଶା ଙ୍କ ପ୍ରାର୍ଦୁଭାବ ବଢିବା ସହ ଗନ୍ଧରେ ନାକ ଫାଟି ଯାଉଛି । ହେଲେ ଉକ୍ତ ସ୍ଥାନକୁ ସଫା ସୁତରା କରାଯାଉ ନାହିଁ। ବରଂ ସ୍ଵଚ୍ଛତା ହିଁ ସେବା ନାମରେ ଫଟୋ ଉଠାଇ ମୁନିସିପାଲଟି ପକ୍ଷରୁ ବାହା ବାହା ନିଆଯାଉଛି । ଏଣୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଖାଲି ଫଟୋ ଉଠାଇ ଦେଖେଇ ହେବା ବଦଳରେ ବାସୁବିକ ଭାବେ ଅଳିଆ ଆବର୍ଜନା ସଫା କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.