ଆଦିବାସୀଙ୍କ ଜୀବନ ଜୀବିକା ବାଉଁଶ କରିଡ଼…

ଥାଇରଏଡ଼ ରୋଗୀଙ୍କ ପାଇଁ ଉପଯୋଗୀ :ଡାକ୍ତର ରଞ୍ଜନ କୁମାର ସାହୁ..

ରାୟଗଡା – ବାଉଁଶ କରିଡ଼ ବର୍ଷା ଋତୁରେ ଡଙ୍ଗରିଆର ମୂଳକରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି। କରିଡର ସୁଆଦ ନିଆରା। ଏଣୁ ବର୍ଷା ଋତୁ ଆସିଲେ କରିଡ଼ ପ୍ରସ୍ତୁତି ଖାଦ୍ୟ ଖାଇବାକୁ ଲୋକେ ଆତୁରରେ ଅପେକ୍ଷା ରହିଥାନ୍ତି । ବଜାରକୁ କରିଡ଼ ଆସିଲେ ଆକର୍ଷିତ ହୋଇ ଏହି ବାଉଁଶ କରିଡ଼ କିଣିଥାନ୍ତି ଲୋକେ। ବିଶେଷ କରି ରାୟଗଡ଼ ଜିଲ୍ଲା ନିୟମଗିରି ଅଞ୍ଚଳରେ ଏହା ବହୁଳ ମାତ୍ରା ରେ ଦେଖିବାକୁ ମିଳିଥାଏ । ଏ ହେଉଛି ଦେଶୀ ବାଉଁଶ ଗଛର ଗଜା ଯାହାକୁ କରିଡ଼ କୁହାଯାଏ। ବର୍ଷାଋତୁ ଆସିଲେ ଜଙ୍ଗଲ ମୂଲକର ଆଦିବାସୀଙ୍କ ଏହା ମୁଖ୍ୟ ଜୀବିକା ପାଲଟି ଥାଏ। ବିଶେଷ କରି ରାୟଗଡ ଜିଲ୍ଲା ନିୟମଗିରି ଅଂଚଳର

କଲ୍ୟାଣସିଂହପୁର,ଚାଟିକଣା,ମୁନିଗୁଡା, ବିଷମ କଟକ, ବ୍ଳକ ବଜାରରେ ଅଧିକ ପରିମାଣରେ ଦେଖିବା କୁ ମିଳେ।
ନିୟମଗିରି ଅଂଚଳର କରିଡ଼ ଜିଲାର ଅଧିକାଂଶ ଅଂଚଳର ଚାହିଦା ମେଣ୍ଟାଇଥାଏ। ଡଙ୍ଗରିଆ ମାନେ କେବଳ ନିୟମଗିରି ପାଦଦେଶରେ ରହିଥିବା ହାଟ ମାନଙ୍କରେ ଏହାକୁ ବିକ୍ରି କରୁଥିବା ବେଳେ ଅନ୍ୟ ଅଞ୍ଚଳକୁ ବ୍ୟବସାୟୀ ମାନେ କିଣି ନେଇ ବିକ୍ରି କରିଥାନ୍ତି। କରିଡ଼ ଗ୍ରାହକ ର ଆଗ୍ରହ ସାଙ୍ଗ କୁ ବିକ୍ରି କରି କିଛି ରୋଜଗାର କରି ଦୁଇ ପଇସା ରୋଜଗାର କରୁଛନ୍ତି ନିୟମଗିରି ପାହାଡ ଉପରେ ରହି ଆସୁଥିବା ଡଙ୍ଗରିଆ ପରିବାର। କରିଡ଼ ବାହାର ବଜାରକୁ ଆସିବା ବେଳେ ମୂଲ୍ୟ ଦୁଇଗୁଣ ବଢିଯାଇଥାଏ। ତଥାପି ଏହାର ସ୍ୱାଦ ନିଆରା ହୋଇଥିବାରୁ ଲୋକେ ଆକୁ ନେଇ ତରକାରୀ ,ଭଜା, ଆମ୍ଭିଳ, ଚିପ୍ସ, ଚଟଣି, ଆଚାର ସୋନ୍ତୁଳା, ରାଇ, ଭଜା ଭଳି ତରକାରୀ ପ୍ରସ୍ତୁତ କରି ଖାଇବାକୁ ନେଇଥାନ୍ତି। କେବେଳ ଏହା ଏକ ସୁସ୍ଵାଦ ଖାଦ୍ୟ ତାହା ନୁହେଁ ଏଥିରେ ଭରପୁର ରହିଛି ବିଭିର୍ଣ ରୋଗ ପ୍ରତିଷେଧକ ଶକ୍ତି। କରଡି ଖାଇବା ଦ୍ୱାରା

ଡାଇବେଟିସ,ବ୍ଲଡ଼ପ୍ରେସର,କଲେଷ୍ଟଲ ଭଳି ଅନେକ ପ୍ରକାର ରୋଗୀଙ୍କ ପାଇଁ ଏହା ପ୍ରତିଷେଧକ । ଯେ ହେତୁ କରଡି ବର୍ଷ ସାର ମିଳେ ନାହିଁ କେବଳ ବର୍ଷା ଋତୁରେ ମିଳୁଥିବାରୁ କରିଡ଼ ଥାଇରଏଡ଼ ରୋଗୀଙ୍କ ବ୍ୟତୀତ ଅନ୍ୟମାନେ ବହୁ ମାତ୍ରାରେ ଖାଇବା ଉଚିତ ବୋଲି କହିଛନ୍ତି ଡ଼ ରଞ୍ଜନ କୁମାର ସାହୁ।

nis-ad
Leave A Reply

Your email address will not be published.