ମାଫିଆ ମାନଙ୍କ ଅମରାବତୀ ଗଞ୍ଜାମ ଜିଲ୍ଲା : ବେଧଡକ ଲୁଟ ଚାଲିଛି ଖଣିଜ ପଦାର୍ଥ…

ମାଫିଆ.. ପ୍ରଶାସନ.. ଓ ସରକାର ଙ୍କ ମଧ୍ୟରେ ତ୍ରିକୋଣୀଆ ପ୍ରେମ…!!


ବ୍ରହ୍ମପୁର: ଗତ ସରକାର ଠାରୁ ବଳିଗଲା ଏବେ ବର୍ତ୍ତମାନ ର ସରକାର,ଚୋରା ବାଲି ଚାଲାଣ ଦିନକୁ ଦିନ ଏହୁତିକ ଭାବରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଦିନ ରାତି ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରୁ ବେଧଡ଼କ ଚୋରା ବାଲି ଚାଲାଣ ହେଉଥି ବା ଦେଖିବାକୁ ମିଳୁ ଥିବା ବେଳେ ପ୍ରଶାସନ ଚୁପ ବସିଛି ଯେମିତି ପ୍ରଶାସନ ଓ ମାଫିଆ ଏବଂ ବିଧାୟକ, ମନ୍ତ୍ରୀ ସହିତ ଭିତରିଆ ଫିକ୍ସଙ୍ଗ ହୋଇ ସାରିଛି ।ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି ବାଲି ମାଫିଆ ମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି।ସତେ ଯେମିତି ତାଙ୍କର ଆଶୀର୍ବାଦ ଥିବା ଯୋଗୁଁ ଏଭଳି ଲୁଟ ଚାଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ ବର୍ଷ ମାର୍ଚ୍ଚ ମାସରେ ବହୁ ବାଲି ଘାଟର ଲିଜ ସରିଯାଇଛି। ଏହାର ସୁଯୋଗ ଏବେ ନେତା, ଅଧିକାରୀ, ମାଫିଆ ମାନଙ୍କ ପାଇଁ ଏବେ ପୁଷ ମାସ ହୋଇଥିବା ଚର୍ଚ୍ଚା ହେଉଛି। ସବୁ ବିଭାଗ ର ମିଲିଭଗତ ଯୋଗୁଁ ଏହି ଚୋରା ବାଲି ଚାଲାଣ ବହୁ ମାତ୍ରାରେ ବଢ଼ିଥିବା ଆଲୋଚନା ହେଲାଣି।ଯେତେ ଅଭିଯୋଗ ହେଲେବି ଉପରୁ କୁଆଡେ ନିର୍ଦ୍ଧେଶ ଥିବା ଯୋଗୁଁ ନାଁ ପୋଲିସ ନାଁ ରାଜସ୍ୱ ନାଁ ଖଣି ବିଭାଗ କିଏବି ହାତ ମାରିବାକୁ ସାହସ କରୁନଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବାଲିର ଚାହିଦା ଥିବା ଯୋଗୁଁ ନେତା ଠାରୁ ବାବୁ ମାନେ ଏହି ବ୍ୟବସାୟ ରେ ସମ୍ପୃକ୍ତି ଥିବା ଫଳରେ ଏହି ଲୁଟ ର ମାତ୍ରା ବଢ଼ିଥିବା ଚର୍ଚ୍ଚା ହେଉଛି। ଯେଉଁ ଭଳି ଭାବେ ଚୋରା ବାଲି ଲୁଟ ହେଉଛି।ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଆଉ ଘର ଖଣ୍ଡେ କରିବାକୁ ବାଲି ମିଳିବ ନାହିଁ ବୋଲି ଲୋକେ କହିଲେଣି।ଚୋରା ବାଲି ହାଇୱା,ଟିପର ଓ ଟ୍ରକ ରେ ମାତ୍ରାଧିକ ହେଉଥିଲେ ବି ଧର୍ମକୁ ଆଖିଠାର ଭଳି କାଁ ଭାଁ ଟ୍ରାକ୍ଟର କୁ ଜବତ କରୁଥିବାର ନଜିର ରହିଛି। ରୀତି ମତ ଗଞ୍ଜାମ ଜିଲ୍ଲା ରୁ ପଡୋଶୀ ଆନ୍ଦ୍ର ପ୍ରଦେଶ କୁ ଏହି ଚୋରା ବାଲି ଯାଉଛି ଏପରିକି ବିନା କାଗଜ କଲମ ରେ l ବର୍ତ୍ତମାନ ର ସରକାର ଲୁଟିବାରେ ମାହିର ବୋଲି ମଧ୍ୟ ଚର୍ଚ୍ଚା ହେଲାଣି l ଔଷଧ ବିକଳ ରେ ତାଟିଆ କାମୁଡିବା ପରି ବର୍ତ୍ତମାନ ର ସରକାର ଙ୍କ ବିଧାୟକ ଓ ମନ୍ତ୍ରୀ ମାନଙ୍କ ଚଲଣି କହିଲେ କିଛି ଭୁଲ ହେବ ନାହିଁ l ବାଲି ଠାରୁ ମଦ, ଖଣିଜ ପଦାର୍ଥ ର ମାଫିଆ ମାନେ ଏବେ ସରକାର ଙ୍କ ଗେଲ୍ହା ପୁଅ l ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ହେଲା ପରେ ବି ସରକାର ଓ ପ୍ରଶାସନ ନୀରବ ଯେମିତି କିଛି ହୋଇନି l ନାଲି ଫିତା ତଳେ ଦବି ଗଲା ତଦନ୍ତ ଲୋକେ ଏଠାରେ ଜଳକା l ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଜଳକା ନିଜ ଭାଗ ଖାଇ ଚୁପ l କେବଳ ବାଲି ନୁହଁ ଜିଲ୍ଲା ରେ ଥିବା ବେନିୟମ କ୍ରସର ଫେକ୍ଟ୍ରି, ଜମି ମାଫିଆ ମାନଙ୍କୁ ଜିଲ୍ଲା ପ୍ରଶାସନ ହାତ ମାରୁ ନାହିଁ କୋଟି କୋଟି ଟଙ୍କା ବଟି ନେଇ ଚୁପ l ଜିଲ୍ଲାର ରାଜସ୍ୱ ଜିଲ୍ଲାର ମୁଖିଆ, ମନ୍ତ୍ରୀ, ଓ ବିଧାୟକ ଙ୍କ ପକେଟ ଗରମ କରୁଛି l ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀ ଜଣେ ଜଣେ କୁବେର ତେଣୁ ଅଭିଯୋଗ କରିବ କାହାକୁ l ଇଡ଼ି, ସିବିଆଇ ର ଛାଇ ବି ଜିଲ୍ଲା ରେ ପଡୁନି ତେଣୁ ମାଫିଆ ଙ୍କ ଅମରାବତୀ ସାଜିଛି ଗଞ୍ଜାମ ଜିଲ୍ଲା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି l ରାଜ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.