ନାଲି ଫିତା ତଳେ ଚିକିଟି ମଦ ମୃତ୍ୟୁ ଘଟଣା…!!

ଗଞ୍ଜାମ ଜିଲ୍ଲା ରେ ପୁଣି ମଦ ମାଫିଆ ସକ୍ରିୟ, ଅବାଧ ରେ ଚାଲିଛି ପୁଣି ବେପାର….
ବ୍ରହ୍ମପୁର: ଚିକିଟି ମଦ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଅବକାରୀ ଓ ପୋଲିସ ଜୋରଦାର ଚଢ଼ାଉ କରିଥିଲେ । ବିଭାଗୀୟ ମନ୍ତ୍ରୀ ମଧ୍ୟ ଗଞ୍ଜାମ ଜିଲ୍ଲା କୁ ଆସି ସମୀକ୍ଷା କରି ଦୋଷୀ କୁ ଛଡାଯିବ ନାହିଁ ବୋଲି କହିଥିଲେ। ଘଟଣା ବର୍ତ୍ତମାନ ଶୀତଳ ଭଣ୍ଡାର ରେ ରହିଥିବା ନେଇ ଚର୍ଚ୍ଚା ହେଲାଣି। ଜିଲ୍ଲାର ପୁରୁଷୋତ୍ତମପୁର, ଶେରଗଡ଼, ଆସିକା, ଗାଙ୍ଗପୁର, କବିସୂର୍ଯ୍ୟ ନଗର ବ୍ରହ୍ମପୁର ସଦର, ଚିକିଟି ଓ ପାତ୍ରପୁର ଆଦି ଅଞ୍ଚଳ ରେ ପୁଣି ଚୋରା ମଦ ବ୍ୟବସାୟ ପୁଣି ଜୋର ଦାର ଚାଲିଥିବା ନେଇ ଚର୍ଚ୍ଚା ହେଉଛି।ଆଗକୁ ଦଶହରା ଥିବାର ସୁଯୋଗ ରେ ମଦ ମାଫିଆ ମାନେ ବିଭିନ୍ନ ସ୍ଥାନରେ ଥିବା ଗୁପ୍ତ ଗୋଦାମ ରେ ମଦ ମହଜୁଦ କରୁଥିବା ଅଭିଯୋଗ ହେଉଛି।ଅବକାରୀ ବାବୁ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଏହି କାରବାର ହେବା ନେଇ ବି ଚର୍ଚ୍ଚା ଜୋର ଧରିଛି। ଚିକିଟି ମଦ ମୃତ୍ୟୁ ପରେ ବାବୁ ଓ ନେତା ମାନଙ୍କ ପିସି ମଧ୍ୟ ବଢିଥିବା ଆଲୋଚନା ହେଉଛି। ପୂର୍ବରୁ ଗଞ୍ଜାମ ଜିଲ୍ଲାର ଚୋରା ବାଲି ଘଟଣା ର ପର୍ଦାଫାଶ ହେବା ସମ୍ରାଟ ଗିରଫ ହେବା ପରେ ଫାଇଲ ବନ୍ଦ ହୋଇଗଲା। ସେପରି ଏବେ ମଦ ମୃତ୍ୟୁ ର ଫାଇଲ ବି ବନ୍ଦ ହୋଇଗଲା ବୋଲି ଆଲୋଚନା ହେଲାଣି। ଗତ ବିଜେଡି ସରକାର ଠାରୁ ବଳି ଗଲାଣି ଏବର ନୂତନ ବିଜେପି ସରକାର l ବଟି କୁ ନେଇ ଜଣେ ବିଧାୟକ ଙ୍କ ଅଡିଓ ଜିଲ୍ଲା ରୁ ରାଜ୍ୟ ଯାଏ ଚହଳ ପକାଇଲା ତଥାପି କାର୍ଯ୍ୟାନୁଷ୍ଠାନ ଶୂନ l ବର୍ତ୍ତମାନ ଜିଲ୍ଲାର ମଦ ମାଫିଆ, ବାଲି ମାଫିଆ, ଜମି ମାଫିଆ ଓ ଖଣି ମାଫିଆ ସକ୍ରିୟ l ଏମାନେ ସବୁ ସରକାର ଓ ପ୍ରଶାସନ ର ଗେଲ୍ହା ପୁଅ l ଅବକାରୀ ବିଭାଗ ଅଧିକାରୀ ମାନେ ଜଣେ ଜଣେ କୁବେର ଜିଲ୍ଲାର ଦୁର୍ନୀତି ନିବାରଣ ବିଭାଗ କୋମା ରେ କହିଲେ କିଛିବି ଭୁଲ ହେବ ନାହିଁ l ଅପମିଶ୍ରଣ ମଦ ପ୍ରସ୍ତୁତି କରି ମାଫିଆ ମାନେ ମାଲେ ମାଲ l ଜିଲ୍ଲା ମଦ ମୃତ୍ୟୁ କୁ ନେଇ ହୋଇଥିବା ତଦନ୍ତ ଏବେ ନାଲିଫିତା ତଳେ ଦବି ଗଲାଣି l ବିରୋଧୀ ବିଜେଡି ବି ଘଟଣା କୁ ନେଇ ମୁହଁ ଖୋଲିଲେ ନାହିଁ ଏହା ଠାରୁ ଦୁର୍ଭାଗ୍ୟ ଆଉ କଣ ହୋଇ ପାରେ l ଅବକାରୀ, ପୋଲିସ, ମାଫିଆ ମାନଙ୍କ ତ୍ରିକୋଣୀ ପ୍ରେମ ଏବେ ହାଟରୁ ଯାଇ ବାଟରେ ଗଡୁଛି l ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ସବୁ ଜାଣି ପାଟିରେ ତୁଣ୍ଡି ବାନ୍ଧି ଚୁପ ତଦନ୍ତ ର ନା ନେଇ ଲୋକଙ୍କୁ ଭକୁଆ କରୁଛନ୍ତି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା l ଦେଖାଯାଉ ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ କେବେ ତେଜୁଛି ତାହା ଦେଖିବାକୁ ବାକି ରହିଲା… I

nis-ad
Leave A Reply

Your email address will not be published.