୫ ଦିନିଆ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରଶିକ୍ଷଣ ଶିବିର

ଛତ୍ରପୁର : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପକ୍ଷରୁ ୫ ଦିନିଆ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ କଣମଣା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ୨୫ ଜଣ ବାତ୍ୟା କିମ୍ବା ବନ୍ୟା ବିପର୍ଯ୍ୟୟ ସମୟରେ କିପରି ନିଜେ ସୁରକ୍ଷିତ ରହିବା, ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବା ସହ ସନ୍ଧାନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା ଏବଂ ବିଭିନ୍ନ ସମ୍ବନ୍ଧୀୟ କୈାଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଯେ କୈାଣସି ବିପର୍ଯ୍ୟୟ ସମୟରେ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାକୁ ଦୃଷ୍ଟିରେ ରଖି ସ୍ୱେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ତୃଣମୂଳ ସ୍ତରରେ ସାମର୍ଥ୍ୟ ଓ ଦକ୍ଷତାକୁ ସୁଦୃଢ କରିବା ଏହି ତାଲିମ ଶିବିର ମୁଖ୍ୟ ଲକ୍ଷ । ଏହି ତାଲିମରେ ପ୍ରଶିକ୍ଷକ ଭାବେ ଓସଡମାର ରାଜେନ୍ଦ୍ର ଦୋରା,ବିଦେଶୀ ବହ୍ମା ପ୍ରମୁଖ ଉପସ୍ଥିତ ରହି ୨୫ ଜଣ ଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ମିଶ୍ର, ଜିଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୁୟାଁ ,ବାତ୍ୟା ସ୍ଥଳିର ସଂପାଦକ ଚନ୍ଦନ ବେହେରା,ସରପଂଚ ବି.ଦମୟନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.