ବାଲିପଦର କଲେଜ ପକ୍ଷରୁ ସ୍ବଚ୍ଛତା ମେଗା ଶିବିର ଅନୁଷ୍ଠିତ

ବୁଗୁଡା : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ସ୍ବଚ୍ଛତା ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଏନଏସଏସ ୟୁନିଟର ସ୍ବେଛାସେବୀମାନେ କଲେଜ ଓ ହାଇସ୍କୁଲ ପରିସର ସାଙ୍ଗକୁ କଳମ୍ବ ଛକରେ ସଫେଇ କରିଥିଲେ । ଏଥିସହ ସ୍ବେଛାସେବୀମାନେ ଏକ ଶୋଭାଯାତ୍ରା ବାହାରି ସ୍ବଚ୍ଛତା ରକ୍ଷା ସହ ପଲିଥିନ ଓ ପ୍ଲାଷ୍ଟିକ୍ ବର୍ଜନ ସମ୍ପର୍କେ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ । ଏନଏସଏସ ୟୁନିଟର କାର୍ଯ୍ୟକ୍ରମ ଅଧିକାରିଣୀ ମିନତୀ ଆଚାରୀ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.