ଅଢେଇ ବର୍ଷ ପରେ ଫେରାର ଆସାମୀ ଗିରଫ

ବୁଗୁଡ଼ା : ଦୀର୍ଘ ଅଢେଇ ବର୍ଷ ଧରି ଫେରାର ଥିବା ଜନୈକ ଆସାମୀକୁ ପୋଲିସ ଓ୍ବାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଆସାମୀ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ବଡସାହିର ସୀତାରାମ ରାଉତ(୨୨) । ଗତ ୨୦୧୯ ମସିହାରେ ଗୋଲିଆ ଗ୍ରାମର ଏକ ଗଣ୍ଡଗୋଳ ମାମଲାରେ ଜଡିତ ଥିବା ନେଇ ସୀତାରାମଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଏବଂ ଏନେଇ କେସ୍ ନଂ ୩୦୪/୧୯ରେ ଏକ ମାମଲା ରୁଜୁ ହୋଇଥିଲା । ସେହି ଦିନଠାରୁ ସେ ଫେରାର ଥିବା ବେଳେ ଏବେ ଆସି ନିଜ ଗାଁ ଗୋଲିଆରେ ଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ କ୍ଷେତ୍ର ମୋହନ ସାହୁ ସଦଳବଳେ ଯାଇ ତା’ର ଘର ଉପରେ ଚଢାଉ କରି ତାକୁ ଗିରଫ କରିଥିଲେ ।

nis-ad
Leave A Reply

Your email address will not be published.