ଗଦାପୁରରେ ପରିବର୍ତ୍ତନ ମେଳା

ଦାରିଙ୍ଗବାଡ଼ି, ୨୦/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ପରିସରରେ ଆଜି ପରିବର୍ତ୍ତନ ମେଳାର ଆୟୋଜ କରାଯାଇଛି। ଏହି କାର୍ଯ୍ୟକ୍ରମ ହାତୀମୁଣ୍ଡା, ସରାମୁଳି, ଗଦାପୁର ଓ ତାଜୁଙ୍ଗି ପଞ୍ଚାୟତର ସର୍ଵ ସାଧାରଣଙ୍କୁ ନେଇ କରାଯାଇଛି। ସରକାରଙ୍କ ତରଫରୁ ଶାରୀରିକ, ମାନସିକ, ଆର୍ଥିକ ଅବସ୍ଥାର ଉନ୍ନତି କଳ୍ପେ ରାଜ୍ୟ ସରକାରଙ୍କ ତରଫରୁ ଲାଗୁ ହୋଇଥିବା ଯୋଜନା ତଥା କାର୍ଯ୍ୟକ୍ରମକୁ ଜନସାଧରଣଙ୍କ ଅବଗତି ଓ ସହଯୋଗ ନିମନ୍ତେ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ବନ ବିଭାଗ, ପଶୁପାଳନ ବିଭାଗ ତଥା ବିଭିନ୍ନ ସ୍ୱେଚ୍ଛସେବୀ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ । ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡି଼କ ସ୍ପଷ୍ଟ ଭାବରେ ବୁଝାଇ ତାହାର ଲାଭ ଉଠାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ବ୍ଲକର ବି.ଡି.ଓ ଗଦାଧର ପାତ୍ର ଜନତାଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ଜନହିତକର ଯୋଜନା ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଅହିତକର କାର୍ଯ୍ୟ ଯଥା ବାଲ୍ୟ ବିବାହ, ନିଶା, ଶିଶୁ ଶ୍ରମ, ଅଶିକ୍ଷା, ଜଙ୍ଗଲ ନଷ୍ଟ ଇତ୍ୟାଦି କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜଳଛାୟା ପ୍ରକଳ୍ପ ନିର୍ଦେଶକ ପ୍ରସନ କୁମାର ତ୍ରିପାଠୀ, ତହସିଲଦାର ଡଃ ଅଶୋକ କୁମାର ଦାସ, ସିଡିପିଓ ଶ୍ରୀମତି ଅଞ୍ଜଳି ମହାପାତ୍ର, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ, ଗଦାପୁର ସରପଞ୍ଚ ଶ୍ରୀମତି କୁମାରୀ ମଲ୍ଲିକ, ହାତୀମୁଣ୍ଡା ସରପଞ୍ଚ ଶ୍ରୀମତି ନବନିତା କୋପାଟ ପାତ୍ର, ତାଜୁଙ୍ଗୀ ନାଏବ ସରପଞ୍ଚ ଶ୍ରୀଯୁକ୍ତ ହେରଦ ମାଝୀ, ସରାମୁଳି ସରପଞ୍ଚ ଶ୍ରୀମତୀ ପ୍ରେମଶିଳା ମୁଠାମାଝୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଚେତନା ଦିଆ ଯାଇଥିଲା । ସଭା ଶେଷରେ ବିପିଏମ ପିନ୍ଟୁ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.