ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ପିଟି ହତ୍ୟା

ହିଂଜିଳିକାଟୁ(୨୦ା୮) : ଗଂଜାମ ଜିଲା ହିଂଜିଳି ଥାନା ନନ୍ଦିନୀ ସେତୂ ନିକଟ ପର୍ବତ ପାଦଦେଶସ୍ଥିତ ମହିରକଣା ଗାଁରେ ଶୁକ୍ରବାର ରାତିରେ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟି ସ୍ୱାମୀ ହତ୍ୟା କରିଛି । ମୃତା ମହିଳା ଜଣକ ହେଲେ ଅନୀତା ନାଇକ (୨୬) । ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ସ୍ୱାମୀ ଦାମ ନାଇକଙ୍କୁ ଗିରଫ କରିଛି । ଘଟଣା ନେଇ ହିଂଜିଳି ଥାନାରେ ନଂ-୪୨୬/୨୨ରେ ହତ୍ୟା ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଖବରରୁ ପ୍ରକାଶ ଯେ, ମହିରକଣା ଗାଁର ଦାମ ନାଇକ ଟ୍ରାକ୍ଟର ଡ଼୍ରାଇଭର ଅଟନ୍ତି । ସେ ନିକଟବର୍ତୀ ଲକ୍ଷ୍ମୀପୁର ଗ୍ରାମରେ ପରି ନାଇକଙ୍କ ଝିଅ ଅନୀତାଙ୍କୁ ପ୍ରାୟ ୧୦ବର୍ଷ ତଳେ ବିବାହ କରିଥିଲେ । ବିବାହ କିଛି ବର୍ଷ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ପାଟିତୁଣ୍ଡ ଓ ମନାନ୍ତର ହେଉଥିଲା । ଶୁକ୍ରବାର ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଚରମ ସୀମାରେ ପହଂଚିଥିଲା । ଶୁକ୍ରବାର ଜ୍ୱାଇଁ ଓ ଝିଅ ମଧ୍ୟରେ କଳହ ହେବାରୁ ଅନୀତାଙ୍କ ମାଆ ପରି ଓ ଭାଇ ମୁନା ଶୁକ୍ରବାର ମଧ୍ୟାହ୍ନରେ ମହିରକଣା ଆସି ସ୍ୱାମୀସ୍ତ୍ରୀଙ୍କୁ ବୁଝାସୁଝା କରି ସଂନ୍ଧ୍ଯାରେ ଫେରିଥିଲେ । ସେମାନଙ୍କ ପରିବାର ଓ ବନ୍ଧୁବର୍ଗ ଓ ସାହି ପଡୋଶୀ ଙ୍କୁ ଘଟଣା ଉପରେ ନଜର ରଖିବାକୁ ଅନୁରୋଧ କରି ସଂଧ୍ୟାରେ ଫେରିଥିଲେ । କିନ୍ତୁ ରାତି ପ୍ରାୟ ୧୦ରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା । ଏଥର କଳହ ଚରମ ସ୍ଥିତିକୁ ଯିବା ସହ ଦାମ ଫୋନ କରି ଅନୀତାଙ୍କ ମାଆଙ୍କୁ ଜଣାଇବା ସହ ଉତ୍ୟକ୍ତ ହୋଇ ଅନୀତାଙ୍କୁ ଗାଁ ଦାଣ୍ଡରେ ନିର୍ମମ ଆକ୍ରମଣ କରିଥିଲେ । ଅନୀତାତ୍ତଚିତ୍କାର କରୁଥିଲେ ସୁଦ୍ଧା କେହି ସାହାର୍ଯ୍ୟ କରିନଥିଲେ । ଫୋନରେ ଝିଅ ଉପରେ ଆକ୍ରମଣ ହେଉଥିବା ଫୋନ ରେ ଶୁଣି ରାତି ପ୍ରାୟ ୧୧ରେ ଅନୀତାଙ୍କ ମାଆ ପରି ନାଇକ ଓ ଭାଇ ମୁନା ନାଇକ ଲକ୍ଷ୍ମୀପୁରରୁ ମହିରକଣା ପହଁଚିଥିଲେ । ସେତେବେଳେ ଅନୀତା ମୁମୁର୍ଷ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ନେଇ ମୁନା ଫୋନରେ ଶେରଗଡ଼ ଥାନାକୁ ଜଣାଇଥିଲେ । ଶେରଗଡ଼ ଥାନା ପୋଲିସ ଆଇଆଇସି ମନୋଜ କୁମାର ପ୍ରଧାନ ଓ ପୋଲିସ ଟିମ ଘଟଣାସ୍ଥଳରେ ପଂହଚି ଅନୀତାଙ୍କ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଦାମଙ୍କୁ ଧରି ଶେରଗଡ଼ ଥାନାକୁ ନେଇଥିଲେ ।
ଅନ୍ୟ ପକ୍ଷରେ ହତ୍ୟାକାଣ୍ଡ ଘଟିଥିବା ଅଂଚଳଟି ହିଂଜିଳି କିମ୍ବା ଶେରଗଡ଼ ଥାନା ଅଂଚଳ ଅନ୍ତଭୁକ୍ତ ତାହା ସ୍ୱଷ୍ଟ ହୋଇନଥିଲା । ଫଳରେ ଏହାକୁ ନେଇ ବିବାଦ ଦେଖା ଦେବାରୁ ହିଂଜିଳିକାଟୁ ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ , ପୋଚିଲିମା ରାଜସ୍ୱ ନିରିକ୍ଷକ ସୁରେନ୍ଦ୍ର ବେହେରା ଓ ଅଲାରିଗଡ଼ ରାଜସ୍ୱ ନିରିକ୍ଷକ ଙ୍କ ଉପସ୍ଥିତିରେ ଜମି ମାପଚୁପ ପରେ ଉକ୍ତ ଅଂଚଳଟି ହଂଜିଳି ଥାନା ଅର୍ନ୍ତଭୁକ୍ତ ବୋଲି ଜଣା ପଡ଼ିଥିଲା । ପରେ ହିଂଜିଳି ଥାନା ପୋଲିସ ଶବକୁ ଜବତ କରି ହତ୍ୟାକାଣ୍ଡର ତଦନ୍ତ କରିଥିଲେ । ଘଟଣାସ୍ଥଳରେ ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ, ହିଂଜିଳିକାଟୁ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ହିଂଜିଳି ଥାନା ଏସଆଇ ଗୋପାଳକୃଷ୍ଣ ଆର୍ଗୁ ପାତ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ଓ ପୋଲିସ ଟିମ୍ ପ୍ରମୁଖ ଉପସ୍ଥିତ ରହି ତଦନ୍ତ କରିଥିଲେ । ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିଲା । ଅଭିଯୁକ୍ତ ଦାମଙ୍କୁ ଶେରଗଡ଼ ଥାନାରୁ ହିଂଜିଳି ଥାନା ଅଣାଯାଇ ଅଧିକ ତଦନ୍ତ ହେଉଥିବା ହିଂଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାଶଙ୍କ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.