ଗାଡିରୁ ଡିଜେଲ ଏବଂ ବେଟାରୀ ଚୋରି ଅଭିଯୋଗରେ ତିନି ଜଣକୁ କାବୁକଲା ପୁଲିସ୍

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟ ନିକଟରୁ ଗୋଟିଏ ଗାଡିରୁ ଡିଜେଲ ଏବଂ ବେଟାରୀ ଚୋରି ଅଭିଯୋଗରେ ତିନି ଜଣକୁ କାବୁ କରିବାରେ ସଫଳ ହେଇଛ ପୁଲିସ୍ l ସେମାନେ ହେଲେ ଗଳନ୍ଥରା ଗ୍ରାମ ର ହରିପୁର ଅଞ୍ଚଳ ର ଡି ଶ୍ୟାମ ସୁନ୍ଦର , ଡି ଗୋପି ଏବଂ ଆର ବାସୁ l ସୂଚନା ପ୍ରକାରେ , କନିସି ହାଟ ଅଗ୍ନିଶମ ବିଭାଗ ନିକଟରେ ମାଆ ଭୈରବୀ ଟ୍ରାନ୍ସପୋର୍ଟ ର ମାଲିକ ସୁବାଷ ଚନ୍ଦ୍ର ସାହୁ ଜାତୀୟ ରାଜପଥ ଠାରେ ନିଜ ଟ୍ରକ ( ଓଡି 02 ବି ୟୁ 9225 ) ଗାଡି କୁ ସବୁଦିନ ପରି ସେଇଦିନ ରାତି ରେ ମଧ୍ୟ ରଖିଥିଲେ l ହେଲେ ଉପରୋକ୍ତ ତିନି ଅଭିଯୁକ୍ତ ଅନ୍ଧାର ଏବଂ କୌଣସି ଲୋକ ଯିବା ଆସିବା ନ ହେବା ର ଫାଇଦା ନେଇ ଉକ୍ତ ଗାଡି ରୁ ପ୍ରାୟ ଦୁଇ ସହ ରୁ ଅଧିକ ଡିଜେଲ ଏବଂ ଗାଡି ରେ ଲାଗିଥିବା ବେଟାରୀ କୁ ଚୋରି କରି ନେଇଯାଇଥିଲେ l ସକାଳ କୁ ସୁବାଷ ଗାଡି ରୁ ବେଟେରି ଚୋରି ହେଇଥିବା ଦେଖି ଗୋଳନ୍ଥରା ଥାନା ରେ ଅଭିଯୋଗ କରିଥିଲେ l ତାଙ୍କ ଅଭିଯୋଗ କୁ ଆଧାର କରି କେଶ ନମ୍ବର 286/22 ରେ ଏକ ମାମଲା ରୁଜୁ କରାଯାଇଥିଲା l ବ୍ରହ୍ମପୁର ସହର ଏବଂ ତଳ ସହର ମାନଙ୍କ ରେ ହେଉଥିବା ଚୋରି ଘଟଣା କୁ ଆଖି ଆଗରେ ରଖି ବ୍ରହ୍ମପୁର ଏସ ପି ଶ୍ରୀଯୁକ୍ତ ବେବେକ ଶ୍ରବନ ଏବଂ ସଦର ଏସ ଡି ପି ଓ ଶିବ ଶଙ୍କର ମହାପାତ୍ର ଙ୍କ ନେତୃତ୍ୟ ରେ ଥାନା ଅଧିକାରୀ ଙ୍କୁ ନେଇ ଗୋଟିଏ ଟିମ ଗଠନ କରି 14 ତାରଖ ଦିନ ଅଭିଯୁକ୍ତ ମାନଙ୍କୁ କାବୁ କରି ଥାନା ରେ ପଚାର ଉଚରା କରିବା ବେଳେ ଗାଡି ରୁ ଡିଜେଲ ଏବଂ ବେଟେରି ନେଇଥିବା ଥାନା ରେ କହିଥିଲେ ଏବଂ ବିଭିନ୍ନ ଜାଗା ରୁ ବହୁ ସାମଗ୍ରୀ ଚୋରି କରିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା l ସେମାନେ ବ୍ୟବହାର କରୁଥିବା ହଳଦିଆ ରଙ୍ଗ ର ଟିଭିଏସ ଆପଚି( ଏପି 16 ବିଏଚ 6143 ) ନମ୍ବର ଗାଡି କୁ ଜବତ କରିବା ସହ ସେମାନଙ୍କ ଠାରୁ ଦୁଇଟି 12 ଭୋଲ୍ଟ ର ବେଟାରୀ ଏବଂ 100 ଲିଟର ଡିଜେଲ ଜବତ କରି ଆଜି କୋୖର୍ଟ ଚାଳନ କରା ଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମୋହନ୍ତ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.