ସ୍ଵାମୀ ଲକ୍ଷ୍ମଣାନନ୍ଦ ସଂସ୍କୃତ କନ୍ୟାଶ୍ରମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ସ୍ଥିତ ଜଳେଶପଟା ସ୍ଵାମୀ ଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ର ପହଞ୍ଚି ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣା ନନ୍ଦଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହ ସ୍ମୃତି ଚାରଣ କରିଥିଲେ । ସ୍ଵାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଟ ଚନ୍ଦ୍ର ପାତ୍ର କହିଥିଲେ । ଏହା ପରେ ସ୍ଵାମୀ ଲକ୍ଷ୍ମଣା ନନ୍ଦ ସଂସ୍କୃତ କନ୍ୟାଶ୍ରମ ର ଅନ୍ତେବାସୀ ଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଏଠାକାର ଅନ୍ତେବାସୀ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ୨୦୧୯ ମସିହାରୁ ଏହି ଆଶ୍ରମକୁ ଚାଉଳ ଯୋଗାଣ ବନ୍ଦ କରାଇ ଦିଆଯାଇଥିବା ଆଶ୍ରମ ଅଧକ୍ଷ ସ୍ଵାମୀ ମୁକ୍ତା ନନ୍ଦ ପୁରୀ ମହାରାଜ ପ୍ରକାଶ କରିଥିଲେ । ଏହା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଖୁବ ଶୀଘ୍ର ଆଶ୍ରମ ରେ ପଢୁଥିବା ଛାତ୍ରୀ ମାନଙ୍କ ପାଇଁ ଚାଉଳ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ନିକଟରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ତିନୋଟି ସମସ୍ୟା କୁ ଉଥାପନ କରିଥିଲେ।। ସେଥି ମଧ୍ୟରେ ଦୀର୍ଘ ଦିନ ହେବ ସରକାର ଖାଉଟି କାର୍ଡ ଯୋଗାଇ ଦେଇଥିବା ବେଳେ ବର୍ତ୍ତମାନ ସରକାର ବାଦ ପଡିଥିବା ପରିବାର ର ବ୍ୟକ୍ତି ମାନଙ୍କ ନାମ ସଂଯୋଗ କରିବା ପାଇଁ ବିଜ୍ଞପ୍ତି ଜାରି ହେଉଥିବା ବେଳେ ପୁଅ ମାନେ ବାହା ହୋଇ ଘର ଦ୍ବାର ପରିବର୍ତ୍ତନ କରିଥିବାରୁ ସେମାନଙ୍କୁ ନୂତନ କାର୍ଡ ଯୋଗାଇ ଦେବା,ତୁମୁଡ଼ିବନ୍ଧ ବ୍ଲକ ରେ ଉଜ୍ଜଲା ଯୋଜନା ରେ ବହୁ ହିତାଧିକାରୀ ଗ୍ୟାସ ସଂଯୋଗ ନେଇ ଥିବା ବେଳେ ନୂତନ ଗ୍ୟାସ ଡିଲର ଖୁବ ଶିଘ୍ର ପ୍ରଦାନ କରିବା ଓ ତୁମୁଡ଼ିବନ୍ଧ ରେ ଏକ ଆଇଟିଆଇ କଲେଜ ସ୍ଥାପନ କରିବା ପାଇଁ ଦାବୀ କରିଥିଲେ।। ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କୁ ମୁଣ୍ଡିଗଡ ଠାରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ନେତୃତ୍ଵ ରେ ସ୍ଵାଗତ କରାଯିବା ସହ ବାଇକ ଶୋଭାଯାତ୍ରା ରେ ଆଶ୍ରମ ପର୍ଯ୍ୟନ୍ତ ଅଣାଯାଇଥିଲା ଏହା ପରେ ଆଶ୍ରମ ଅନ୍ତେବାସୀ ଛାତ୍ରୀ ମାନେ ପୁଷ୍ପ ମାଲ୍ୟ ଦେଇ ସ୍ଵାଗତ ସଙ୍ଗୀତରେ ପାଛୋଟି ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଵାମୀ ଜୀବନ ମୁକ୍ତା ନନ୍ଦ ପୁରୀ ମହାରାଜ , ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଗୁରୁମା ,ଯୋଗୀ ରାଜ ,ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ,ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,କଳାହାଣ୍ଡି ସଭାପତି ଆର୍ତ ତ୍ରାଣ ମହାପାତ୍ର,ବିଜୟ ଅଗ୍ରୱାଲ ,ନେତ୍ର ମାନସେଠ ,ରବୀନ୍ଦ୍ର ପାତ୍ର ,ଶଙ୍କର ବଡନାୟକ ,ଗୋବିନ୍ଦ ମାଝି ,ଗଙ୍ଗା ଗରଡିଆ ,ଜିତୁ ବାରିକ ,ପରମା ନନ୍ଦ ବେହେରଦଲାଇ ,ଶ୍ରୀରାମ ବାରିକ ବିରେନ୍ଦ୍ର ଯାନୀ ,ଯଶବୋନ୍ତ ମାଝି ,ଦିଗାମ୍ବର ପାଣିଗ୍ରାହୀ,ବିରେନ୍ଦ୍ର ସାହୁ ,ରଞ୍ଜିତ ଚୌଧୁରୀ ,ଅନ୍ତର ଜ୍ୟାମି ବେହେରା ପ୍ରମୁଖ ସାମିଲ ହୋଇଥିଲେ ସୁରକ୍ଷା ଦୃଷ୍ଟିରୁ ବାଲିଗୁଡା ଏସଡିପି ଓ ରାହୁଲ ଗୋଏଲ ,ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.