ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ପଂଚାୟତର ସରପଞ୍ଚ ନଳିନୀ ବେହେରାଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଆଗତ ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆମ୍ବପୁଆ ପଂଚାୟତର ବହୁ ୱାର୍ଡ୍ ସଭ୍ୟ ସଭ୍ୟା I ୱାର୍ଡସଭ୍ୟ ସଭ୍ୟାଙ୍କ ଅଭିଯୋଗ ପ୍ରକାରେ ସରପଞ୍ଚ ଶ୍ରୀମତୀ ବେହେରା ଜଣେ ଦୁର୍ନିତୀ ଖୋର୍ ବ୍ୟକ୍ତି ଅଟନ୍ତି । ସେ ଆମ୍ବପୁଆ ପଂଚାୟତର ଟିକରପଡ଼ା ଗଣିଆ ବନ୍ଧ, ମଶାଣି ନାଳ ଏବଂ ଆମ୍ବପୁଆ ରାସ୍ତା ନିର୍ମାଣରେ ମିଥ୍ୟା ବିଲ୍ କରାଇ ଅର୍ଥ ତୋଷାରପାତ କରିଥିବା ଅଭିଯୋଗ କରିଛନ୍ତି 5 ଜଣ ୱାର୍ଡ୍ ସଭ୍ୟ ସଭ୍ୟା । ସେହିପରି ବିନା ପଲ୍ଲୀ ସଭା କିମ୍ବା ରେଜୁଲେସନରେ ବିଭିନ୍ନ ବିଲ୍ ଆଗତ କରାଯାଉଥିବା ବେଳେ ପଂଚାୟତର ସମସ୍ତ କାର୍ଯ୍ୟରେ ସରପଞ୍ଚଙ୍କ ଦୁର୍ନିତୀଖୋର୍ ସ୍ୱାମୀ ଅନଧିକାର ହସ୍ତକ୍ଷେପ କରୁ୍ଥିବା ଅଭିଯୋଗ ହୋଇଛି I ତେଣୁ ଆମ୍ବପୁଆ ପଂଚାୟତର ନାଏବ ସରପଞ୍ଚ ଶିବ ଶଙ୍କର ସେଠୀଙ୍କ ସମେତ 15 ସଭ୍ୟ ସଭ୍ୟା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଆଗତ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି । ପ୍ରକାଶ ଥାଉକି ଆମ୍ବପୁଆ ପଂଚାୟତର 19 ୱାର୍ଡ ରୁ 15 ୱାର୍ଡ ମେମ୍ବର ସରପଞ୍ଚ ଙ୍କ ବିରୋଧରେ ଦସ୍ତଗତ କରିଛନ୍ତି ।

nis-ad
Leave A Reply

Your email address will not be published.