ଆଇ.ଆର୍.ଇ.ଏଲ ଇଣ୍ଡିଆ ଏବଂ ପୋର୍ଟରେ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ଛତ୍ରପୁର, ୨୩ / ୯ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଏବଂ ପାଖାପାଖି ଅଞ୍ଚଳର ଯୁବକ ଯୁବତୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଦାଖଲ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ ରୁ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକ ମାନେ ଏହି ଦାବିକୁ ଜଣାଇଥିଲେ ମଧ୍ୟ ଆଇ.ଆର୍.ଇ.ଏଲ. ଇଣ୍ଡିଆ ଏବଂ ପୋର୍ଟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଞ୍ଚଳ ବାସୀମାନେ କହିଛନ୍ତି । ତେବେ ୨୮/୦୮/୨୪ ଠାରୁ ୩/୯/୨୪ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଧାରଣାରେ ବସି ରହିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ଆଇ ଆର୍ ଇ ଏଲ ଇଣ୍ଡିଆ ଓ ପୋର୍ଟ କର୍ଣ୍ଣପାତ ଦେଇ ନଥିବା ବେଳେ
ବାଧ୍ୟ ହୋଇ ରୋଡ ଅବରୋଧ କରାଯାଇଥିଲା ଫଳରେ ଚମାଖଣ୍ଡି ପୋଲିସ ପକ୍ଷରୁ ଆରେଷ୍ଟ କରାଯାଇଥିଲା ସମାଧାନ ପାଇଁ କିଛି ବୁଝାବଣା ହେବ ନେଇ ପୋଲିସ ପକ୍ଷରୁ ଆଶ୍ୱସ୍ତି ଜଣାଇଥିଲେ କିନ୍ତୁ ୨୦ ଦିନ ବିତିଯାଇଥିବା ବେଳେ କୌଣସି ଆଲୋଚନା ହୋଇନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତାହେଲେ ଆଗାମୀ ଦିନରେ ତୀବ୍ରତାର ସହ ଆନ୍ଦୋଳନ ଜୋର୍ କରାଯିବ ନେଇ ସମାଜ ସେବୀ ଭାଗିରଥି ବେହେରା କହିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଏନ୍ ଗଣେଷ ରେଡ୍ଡୀ, ସୁଧୀର ବିଶ୍ଵାଳ,ଅଶୋକ ପଟ୍ଟନାୟକ, ଟି କ୍ରିଷ୍ଣା ରାଓ, କାଳିଆ ରାଉଳ, ଭବାନୀ ବେହେରା, କୁନି ନାୟକ, ପ୍ରଶାନ୍ତ ବେହେରା, ଜି ଗୌରୀ,କୁନି ବେହେରା,ସୁରେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।।

nis-ad
Leave A Reply

Your email address will not be published.