ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତି ସଂଘର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ…


ଉମରକୋଟ/ଝରୀଗାଁ:– (୨୪/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତିର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅର୍ଜୁନ ସମରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା ଓ ଜିଲ୍ଲାର ୧୦ ଗୋଟି ବ୍ଲକର ସମସ୍ତ ବ୍ଲକ ସଭାପତି, ସେକ୍ରେଟାରୀ ଓ କୋଷାଧକ୍ଷଙ୍କ ସମେତ ଅନ୍ୟାନ୍ୟ କର୍ମ କର୍ତ୍ତାମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି ଅଂଶ ଗ୍ରହଣ କରି ମଞ୍ଚଟି ଆଲୋକିତ କରିଥିଲେ।ଉପସ୍ଥିତ ବରିଷ୍ଠ କର୍ମ କର୍ତ୍ତାମାନେ ଅନୁସୂଚିତ ଜନ ଜାତିର ଜନ ସାଧାରଣ ମାନଙ୍କ ଉପରେ ହେଉଥିବା ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଅତ୍ୟାଚାର, ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା ତଥା ଅନୁସୂଚିତ ଜନ ଜାତିର ଜନସାଧାରଣଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସହ ଘୃଣା ପୋଷଣ ଉପରେ ବିଶଦ ଭାବେ ଆଲୋଚନା କରିବା ସହ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ସମସ୍ତେ ଏକଜୁଟ ହୋଇ ନିଜ ପରିବାର, ସମାଜ ଓ ନିଜ ଜାତିର ହକ ଓ ନାଜ୍ୟ ଅଧିକାର ପାଇଁ ସରକାରଙ୍କ ସହ ଏକଜୁଟ ଏକତ୍ରିତ ରାଜ୍ୟର ସମସ୍ତ ଅନୁସୂଚିତ ଜନ ଜାତି,ଲଢେଇ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ମାନେ ଉପସ୍ଥିତ ଆଜିର ନୂଆ ଖାଇ ଭେଟଘାଟ ବୈଠକରେ ସମସ୍ତଙ୍କ ଆହ୍ୱାନ କରିଥିଲେ।ତତ ସହିତ ଦୀର୍ଘଦିନ ଧରି ଝରୀଗାଁ ବ୍ଲକର ସଭାପତି ପଦ , ସମ୍ପାଦକ ଓ କୋଷାଧକ୍ଷ ପଦ ଖାଲି ପଡିଥିବାରୁ ନୂତନ ସଭାପତି ଭାବେ ଆଗତ ମାନ୍ୟ ଗଣ୍ୟ ଜ୍ଞାନୀ ଗୁଣି ବୁଦ୍ଧିଜୀବୀ ମାନେ ପ୍ରତାପ କୁମାର ଦୁରିଆଙ୍କ ସେକ୍ରେଟାରୀ ଭାବେ,ଘନଶ୍ୟାମ ହରିଜନ କୋଷାଦକ୍ଷ ଭାବେ ଓ ଜଗବନ୍ଧୁ ପନକାଙ୍କୁ ଚୟନ କରାଯାଇ ସ୍ଥାୟୀ ସଦସ୍ୟତା ପ୍ରଦାନ କରିଥିଲେ। ଜିଲ୍ଲା କମିଟିର ମଧ୍ୟ ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ଶୂନ୍ୟସ୍ଥାନ ପୁରଣ ପୂର୍ବକ ପୂର୍ଣ୍ଣଚନ୍ଦ୍ର ବାଗ ଏବଂ ପବିତ୍ର ମୋହନ ମିର୍ଗାନଙ୍କୁ ଚୈତନ୍ୟ ମିର୍ଗାନଙ୍କ ପ୍ରସ୍ତାବ କ୍ରମେ ସ୍ଥାୟୀ ସଦସ୍ୟ ଭାବେ ରଖିଥିଲେ। ଶ୍ରୀ ମିର୍ଗାନଙ୍କ ପ୍ରସ୍ତାବକୁ ଲମ୍ବୋଦର ପନକା ଓ ଚନ୍ଦ୍ରଶେଖର ନିଆଲ ସମର୍ଥନ ଜଣେଇଥିଲେ। ଶେଷରେ ସର୍ବ ସମ୍ମତି କ୍ରମେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ନୁଆଁଖାଇ ଭେଟଘାଟର ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଝରୀଗାଁ ବ୍ଲକ ଉପ ସଭାପତି ହରିହର ଦୁର୍ଗା, ବ୍ଲକ ଉପ ସଭାପତି ଚୈତନ୍ୟ ମିର୍ଗାନ, ବ୍ଲକ କୋଷାଧକ୍ଷ ଜଗବନ୍ଧୁ ପନକା, ବ୍ଲକ ସମ୍ପାଦକ ଗଣେଶ୍ଵର ହରିଜନ, ପୂର୍ଣ୍ଣଚନ୍ଦ୍ର ବାଗ, ଚନ୍ଦ୍ରଶେଖର ନିଆଲ, କ୍ଷେମରାଜ ହରିଜନ, ମଣିରାମ ହରିଜନ, ଗଙ୍ଗା କଚିମ, ବେଲାଲସେନ ପୂଜାରୀ, ସଭାସିଂ ମିର୍ଗାନ, ମଣିରାମ ଡ଼ଙ୍ଗରୀ, ସୁରେଶ ଛତ୍ରୀଆ, ଜଗବନ୍ଧୁ ମିର୍ଗାନ,ଜିଲ୍ଲା କମିଟି ସମ୍ପାଦକ ଡମ୍ବରୁଧର ସୁନା,ଚୁନିଲାଲ ମିର୍ଗାନ, ଜିଲ୍ଲା କମିଟି ସଭ୍ୟ ପବିତ୍ର ମୋହନ ଜଗତ, ପ୍ରମୁଖ ଉପସ୍ଥିତ ରହି ସୁରୁଖୁରୁରେ ସମସ୍ତେ ମିଳିମିଶି ନିଷ୍ପତି ନେଇ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମଟି ସମାପ୍ତ କରିଥିଲେ।

nis-ad
Leave A Reply

Your email address will not be published.