ପୁଣି ପିସି କୁ ନେଇ ଚର୍ଚ୍ଚା ଦଶହରା ପାଇଁ ପିସି ନା ମାମୁଲି…!

ତ୍ରାହି ତ୍ରାହି ଡାକ ଦେଲେଣି ଅଫିସର ଠାରୁ ମାଫିଆ ଓ ବ୍ୟବସାୟୀ..!!


ଭୁବନେଶ୍ୱର: ଏବେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ। ଆଗକୁ ଦଶହରା ଥିବାରୁ ଠିକାଦାର, ଅଫିସର, ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ କୁଆଡ଼େ ୨୦ ପ୍ରତିଶତ ପିସି ଦେବାକୁ ଦାବୀ କରାଯଇଛି ବୋଲି ଚା ଖଟିରେ ଚର୍ଚ୍ଚା ଆରମ୍ଭ ହେଲାଣି।ଏହି ପିସି ଦର ଧାର୍ଯ୍ୟ ହେବା ପରେ ଆସିକା ପିସି କାରବାର କୁ ନେଇ ନୂଆ ବିବାଦ ଆରମ୍ଭ ହେଲାଣି।ଆସିକା ଥିବା କିଛି ସରକାରୀ ବାବୁ ମାନେ କାହାକୁ କେତେ ପିସି ଦେବେ ବୋଲି ଚର୍ଚ୍ଚା ହେଲାଣି।ଏବେ ଯେଉଁ ପିସି କଥା ଚର୍ଚ୍ଚାର ପରିସର କୁ ଆସିଛି ଏହା ସବୁ ଦିନିଆ ପିସି ନାଁ ଦଶାହାର ପାଇଁ ତାହାକୁ ନେଇ ଠିକାଦାର ଅଫିସର ମାନେ ଦ୍ଵନ୍ଦ ରେ ପଡିଛନ୍ତି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କଥା ପଡ଼ିଲେ ଅଫିସର ମାନେ ପ୍ରମାଦ ଗଣୁଥିବା ଚର୍ଚ୍ଚା ହେଲାଣି ଅଫିସର ମାନେ ଏତେ ପିସି କେଉଁଠୁ ଆଡ଼ଜେଷ୍ଟ କରିବେ ଚିନ୍ତାରେ ପଡିଛନ୍ତି। ଶୁଣିବାକୁ ମିଳୁଛି କିଛି ଗୋଦି ମିଡ଼ିଆ ମଧ୍ୟ ମାମୁଲି ପାଇଁ ଚକର କାଟିଲେଣି ବୋଲି ଚର୍ଚ୍ଚା l ଆସିକା ରେ ଅଡିଓ ଭାଇରଲ ଘଟଣା ଟିକେ ଥଣ୍ଡା ପଡିନଥିବା ବେଳେ ଏବେ ପୁଣି ପିସି କୁ ନୂଆ ଚର୍ଚ୍ଚା ଆରମ୍ଭ ହେଲାଣି। ମୋବାଇଲ ରେ କଥା ହେବା କୁ ପ୍ରମାଦ ଭାବି ସିଧା କଥା ହେବାକୁ ଲାଗିଲେଣି l ଅଫିସର ମାନେ ଏବେ କୁଆଡେ ଅଫିସ ରେ ବସୁ ନାହାନ୍ତି ବୋଲି ଚର୍ଚ୍ଚା କାରଣ ଦଳ ଦଳ ଗୋଦି ମିଡ଼ିଆ ଏବେ ଅଫିସ ମୁହାଁ l ଏପରିକି ବାଲି, ମଦ ମାଫିଆ ଏବଂ ବ୍ୟବସାୟୀ ଙ୍କୁ ମଧ୍ୟ ଦେବାକୁ ପଡିବ ମାମୁଲି ଏବେ ଶୁଣିବାକୁ ମିଳୁଛି ଋଷିକୂଲ୍ୟା ନଦୀର ତଟ ନିକଟରେ ଥିବା କୋଠରୀ ରେ ମ୍ୟାଚ ଫିକସିଙ୍ଗ ହେଉଥିବା ଚର୍ଚ୍ଚା ହେଉଛି, ନେତା ମାନଙ୍କ ପିସି କୁ ନେଇ ଏହି ପିସି କୁ ନେଇ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି l ଏହି ପିସି କାରବାର ର କଳଙ୍କ କେବେବି ସମାଧାନ ହୋଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା l

nis-ad
Leave A Reply

Your email address will not be published.