ଗଞ୍ଜାମ ଜିଲ୍ଲାରେ ଏବେ ଅପରାଧିକତତ୍ତ୍ଵ ମାନେ ସକ୍ରିୟ ପୋଲିସ ନାଚାର..!
ଏହି ହତ୍ୟା କାଣ୍ଡ ରେ କିଛି ବାଲି ମାଫିଆ ଙ୍କ ସମ୍ପୃକ୍ତି ଥିବା ନେଇ ସାଧାରଣ ରେ ଚର୍ଚ୍ଚା…!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆଉ ଜଣେ ଖତରନାକ ଅପରାଧି ଅନନ୍ତ ପଟ୍ଟନାୟକ କୁ ହତ୍ୟା। ଆସିକା କଲେଜ ଛକର ଅନନ୍ତ ପଟ୍ଟନାୟକ ପୋଲିସ ର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା। ତା ନାଁ ରେ ଜାତୀୟ ନିରାପତ୍ତା ଆଇନ ଲାଗିଥିଲା ପୋଲିସ ଆଖିରେ ଧୂଳି ଦେଇ ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲା। ହତ୍ୟା କାରି ଆଜି ନିଜେ ହତ୍ୟାର ଶିକାର ହୋଇଛି।ଅନନ୍ତ ପଟ୍ଟନାୟକ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ୩୦ ରୁ ଉର୍ଦ୍ଧ ମାମଲା ରହିଛି। ବୁଧବାର ଦିନ ରାତ୍ର ୯ ‘ ଘଣ୍ଟା ସମୟରେ ତାର ଦୁଇ ଜଣ ସହଯୋଗୀ ସାଙ୍ଗରେ ଶେରଗଡ଼ ଅଞ୍ଚଳ କୁ ଯାଉଥିବା ବେଳେ ବନ୍ଧାଗୁଡା ନିକଟରେ ଏକ ବୋଲର ରେ କିଛି ଅପରାଧି ଆସି ଅନନ୍ତ କୁ ପଛ ପଟେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ଅନନ୍ତ ର ମୃତ୍ୟୁ ଘଟିଥିଲା। ନିଜ ସାଙ୍ଗର କୁ ଆକ୍ରମଣ ହେବାର ଦେଖି ଦୁଇ ସହଯୋଗୀ ପୋଲିସ କୁ ଖବର ଦେଇଥିଲେ। ହତ୍ୟା କାଣ୍ଡ ଶେରଗଡ଼ ଥାନା ଇଲାକାରେ ହୋଇଥିବା ଯୋଗୁଁ ଶେର ଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶେରଗଡ଼ ଚିକିତ୍ସାଳୟ କୁ ନେଇଥିଲେ। ଅନନ୍ତ କୁ କିଏ କାହିଁକି ହତ୍ୟା କରିଲା ପୋଲିସ ତଦନ୍ତ ଜାରି ରଖିଛି। ଏହି ହତ୍ୟା କାଣ୍ଡ ପୂର୍ବ ଶତ୍ରୁତା କୁ ନେଇ ହୋଇଥିବା ଚର୍ଚ୍ଚା ହେଉଛି। ଶେଷରେ ଆଜି ଅନନ୍ତ ର ଅନ୍ତ ହେଲା ବୋଲି ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।ଗଞ୍ଜାମ ଜିଲ୍ଲାରେ ଏବେ ଅପରାଧତତ୍ତ୍ଵ ମାନେ ସକ୍ରିୟ ହେଲେଣି ପୋଲିସ ନାଚାର ବୋଲି ଲୋକେ କହିଲେଣି। ଏହି ହତ୍ୟା କାଣ୍ଡ ଜୁଆ ଆଡ୍ଡା ଚେଲେଇବା ଓ ଚୋରା ବାଲି ବ୍ୟବସାୟ କୁ ନେଇ ହୋଇଥିବା ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ରୀତିମତ ଚୋରା ବାଲି ଓ ଜୁଆ ଖେଳ ପାଇଁ ଗଞ୍ଜାମ ଜିଲ୍ଲାରେ ମୁଣ୍ଡ ଗଡ଼ିବା ସମ୍ଭାବନା ରହିଥିବା କଥା ପ୍ରକାଶ ହୋଇଆସୁଛି।