ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର : ରାଧାକୃଷ୍ଣ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍…


ହିଞ୍ଜିଳିକାଟୁ ୧୩!୧୧ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଭକ୍ତଙ୍କ ମନରୁ ନଲିଭୁଣୁ ପୁଣି ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳରେ ଥିବା ରାଧାକୃଷ୍ଣ ପରିବା ପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ହୁଣ୍ଡିରୁ ଟଙ୍କା ନେଇଯାଇଛନ୍ତି । ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନାନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଛକ ରାଧାକୃଷ୍ଣ ପରିବା ପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି। ମନ୍ଦିରର ପୂଜକ ବୁଧବାର ପ୍ରାତଃ ରେ ମନ୍ଦିର ଖୋଲି ହୁଣ୍ଡି ନଥିବା ଦେଖି ଘଟଣା ସମ୍ପର୍କରେ ମନ୍ଦିର କମିଟି କୁ ସୂଚନା ଦେଇଥିଲେ ।ଏନେଇ ମନ୍ଦିର କମିଟି ପକ୍ଷରୁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏମିତି ବାରମ୍ବାର ଲୁଟେରା ମାନେ ମନ୍ଦିରକୁ ଟାର୍ଗେଟ କରୁଥିବା ବେଳେ ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ୟ ପଟେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଚୋର । ଦୁର୍ବୃତ୍ତ ଟଙ୍କା ଲୁଟ ସମୟର ଦୃଶ୍ୟ ସିସିଟିଭି କ୍ୟାମେରା ରେ ରେ ରେକର୍ଡ ହୋଈଛି।ହୁଣ୍ଡିରେ ଥିବା କେତେ ଟଙ୍କା ସଠିକ ଜଣାପଡ଼ି ନଥିଲେ ମଧ୍ୟ ମନ୍ଦିର ପ୍ରତିଷ୍ଠା ପର ଦୁଇ ବର୍ଷରୁ ଠାରୁ ହୁଣ୍ଡି ଖୋଲାଯାଇ ନଥିବା ରୁ ହୁଣ୍ଡି ରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ମନ୍ଦିର କମିଟି ସଦସ୍ୟ ରବିନ୍ଦ୍ର ପଣ୍ଡା କହିଛନ୍ତି।ଯାତ୍ରା ଚାଲିଥିବା ବେଳେ ପୋଲିସ ପେଟ୍ରୋଲିଂ କଡାକଡି କରିବା ସହିତ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।

nis-ad
Leave A Reply

Your email address will not be published.