ଅଧାପନ୍ତରିଆ ରାସ୍ତା ଓ ସେତୁ ପାଇଁ ପୁଣି ଖଟିଆରେ ବୁହାହେଲେ ରୋଗୀ…

ମାଲକାନଗିରି : ସ୍ବାଧୀନତାର ଦିର୍ଘ ୭୭ ବର୍ଷ ହେବାପରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ଗ୍ରାମ ସ୍ୱାସ୍ଥ୍ୟ, ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନଥିବା ବେଳେ ଏହି ଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗ୍ରାମକୁ ରାସ୍ତା ଏବଂ ସେତୁ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ଯୋଗୁଁ ଖଟିଆରେ ଭରା ନଈ ପାର ହୋଇ ବୁହାହେଲେ ରୋଗୀ। ଘଟଣା କ୍ରମେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ପଂଚାୟତ ର ଗୋଜିଆଗୁଡା ଗ୍ରାମର ପ୍ରତିମା ଖିଲ(୬୧) ନାମକ ବୃଦ୍ଧା ଗତ କିଛିଦିନ ଧରି ଜ୍ୱର ଏବଂ ଝାଡା ବାନ୍ତି ରେ ଆକ୍ରାନ୍ତିତ ହୋଇଥିବା ବେଳେ ଆଜି ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବହୁ ବିଗିଡିଥିଲା। ତେଣୁ ଗ୍ରାମକୁ ରାସ୍ତା ଏବଂ ସେତୁ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ହେତୁ ବାଧ୍ୟହୋଇ ଗ୍ରାମବାସୀ ଖଟିଆ ରେ ଭରା ନଇ ପାର ହୋଇ ବୃଦ୍ଧାଙ୍କୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ତେବେ ଗ୍ରାମବାସୀ ଏନେଇ ପ୍ରଶାସନ ନିକଟରେ ବହୁ ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି। ତେଣୁ ତୁରନ୍ତ ଉକ୍ତ ସେତୁ ନିର୍ମାଣ କାର୍ଯ୍ୟ ସାରିବା ସହ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରିବାକୁ ଗୋଜିଆଗୁଡା ଗ୍ରାମବାସୀ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.